ଜନ ସମସ୍ଯାକୁ ନେଇ ଆନ୍ଦୋଳନ କରିବା ସହିତ ଗଞ୍ଜାମ ଜିଲ୍ଲାରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକସଭାରେ ପ୍ରାର୍ଥୀ ଦେବ ଫରୱାର୍ଡ ବ୍ଲକ୍।

0 899

ଖଲ୍ଲିକୋଟ,୨୦/୦୫(ପିପିଟି): ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟି ବୈଠକ ଏକ୍ସଲେଣ୍ଟ ଡ୍ରାଇଭିଙ୍ଗ ସେଣ୍ଟର, ଗୁହାରିଆପାଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀଙ୍କ ସଭାପତିତ୍ବରେ ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନ ହୋଇଥିଲା। ଏହି ବୈଠକରେ ରାଜ୍ଯ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ରାଜ୍ଯ ସାଧାରଣ ସମ୍ପାଦକ ଜ୍ଯୋତିରଞ୍ଜନ ମହାପାତ୍ର ଯୋଗଦେଇ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ଏବଂ ଫରୱାର୍ଡ ବ୍ଲକର ଆଗାମୀ କାର୍ଯ୍ୟ ପନ୍ଥା ଉପରେ ଆଲୋଚନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଫରୱାର୍ଡ ବ୍ଲକର ସଭ୍ଯ ସଂଗ୍ରହ ଅଭିଯାନ ଚଲାଇବା, ପ୍ରତି ବ୍ଲକରେ କମିଟି ଗଠନ କରିବା, ଜାଲ୍ ସାର୍ଟିଫିକେଟ ଦେଇ ଶିକ୍ଷକ ନିଯୁକ୍ତି ଘଟଣାର ତଦନ୍ତ ଦାବିରେ ଆନ୍ଦୋଳନକୁ ଆଗକୁ ବଢାଇବା, ଆସିକା ଚିନି ଶିଳ୍ପର ଆଧୁନିକୀକରଣ, ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ଗୋପାଳପୁର ବନ୍ଦରକୁ ସବୁଦିନିଆ ବନ୍ଦର କରିବା,ବିଦ୍ଯୁତ ଶୁଳ୍କ କମାଇବା, ଧାନ ମଣ୍ଡି ନାମରେ ଦୁର୍ନୀତିର ତଦନ୍ତ, ମନରେଗାର କାର୍ଯ୍ଯରେ ଘୋଟଲା ବିରୁଦ୍ଧରେ ଜନ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ପୋଲସରା, ଛତ୍ରପୁର, ଗୋପାଳପୁର ଓ ଚିକିଟି ବିଧାନସଭା ଓ ଆସିକା ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଦିଆଯିବାକୁ ନିଷ୍ପତ୍ତି ନିଆଯିବା ସହିତ ଅନ୍ଯ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବାପାଇଁ ଆଲୋଚନା ହୋଇଛି। ଜୁନ୍ ୨୨ ତାରିଖ ଠାରୁ ହରଘର ନେତାଜୀ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲୁ ରହିବ। ଗଞ୍ଜାମ ଜିଲ୍ଲାର ସମସ୍ଯା ନେଇ ଜୁନ ୬ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଗଲା। ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ସଂପାଦକ ମିଥୁନ ବେହେରା, ଅର୍ଥନୈତିକ ସଂପାଦକ ସପ୍ନେଶ୍ବର ପାଣିଗ୍ରାହୀ, ସମରଜିତ୍ ମହାନ୍ତି, ରାଜୀବ ଖାଡେଙ୍ଗା, ଯୋଗେନ୍ଦ୍ର ସ୍ବାଇଁ,ଅଜୟ କୁମାର ପଣ୍ଡା,ଜଗନ୍ନାଥ ପ୍ରଧାନ ପ୍ରମୁଖ ଆଲୋଚନରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.