ବୋଲଗଡ଼,୧୪/୧୧(ପିପିଟି):ବେଗୁନିଆ ବୋଲଗଡ଼ ବ୍ଳକରେ ନୂତନଭାବେ ପ୍ରତିଷ୍ଠା ହୋଇଥିବା ଜନ ଅଧିକାର ମଞ୍ଚ ସେବକ ମାନଙ୍କ ତରଫରୁ ବୋଲଗଡ଼ ବେଗୁନିଆ ରେ ଥିବା ଚାଷଜମି ଗୁଡିକ ରେ ବରାହ,ହାତୀ,ମୟୁର ଆଦି ଫସଲଗୁଡିକୁ ନଷ୍ଟ କରିଥିବା ଚାଷୀମାନଙ୍କୁ କିପରି କ୍ଷତି ପୁରଣ ମିଳିପାରିବ, ତତସହିତ ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବିଭିନ୍ନ ଯୋଜନାରେ ବାଟମାରଣା ଓ ନିମ୍ନ ମାନର କାର୍ଯ୍ୟ ,ନିମ୍ନ ମାନର ଗୃହ ବିଷୟରେ ବିଡିଓ, ତହସିଲ୍ ଦାର, ଏ ଓ କୃଷି ଅଧିକାରୀ,ବନ ବିଭାଗ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାବି ପତ୍ର ପ୍ରଦାନ କରିଥିଲେ । ହିତାଧିକାରୀ ମାନେ କିଭଳି ଭାବରେ ସାଧାରଣ ଲୋକମାନଙ୍କର ବିଭିନ୍ନ ସମସ୍ୟା ପ୍ରଶାସନ କିପରି ଦାୟିତ୍ବ ନିର୍ବାହ କରିବ ଜନଅଧିକାର ମଞ୍ଚର ଆବାହକ ଅକ୍ଷୟ ରାଉତରାୟ ଆଶା ରଖିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)