ଜନ୍ମମାଟିରେ ପହଞ୍ଚିଲା ମମିତା ନାଏକଙ୍କ ମର ଶରୀର ।

0 12

ଉଲୁଣ୍ଡା ୧୧/୦୮(ପିପିଟି):ଜନ୍ମମାଟି ଡୁଙ୍ଗୁରି ଗ୍ରାମରେ ପହଞ୍ଚିଲା ହାଇଦ୍ରାବାଦ ଆଇଆଇଟିରେ ପଢୁଥିବା ଛାତ୍ରୀ ମମିତା ନାଏକଙ୍କ ମର ଶରୀର । ଗାଁ ରେ ଶୋକାକୁଳ ପରିବେଶ ।ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନ ସୁବଳୟା ଥାନା ଅନ୍ତର୍ଗତ ଡୁମୁରି ଗାଁର ଦୁଃଖିଶ୍ୟାମ ନାଏକଙ୍କ ତିନି ପୁଅରେ ଗୋଟିଏ ଝିଅ ମମିତା। ବ୍ୟବସାୟ କରି ଦୁଃଖିଶ୍ୟାମ ପିଲାମାନଙ୍କୁ ଭଲ ପାଠ ପଢ଼ାଇ ପାରିଛନ୍ତି। ବଡ଼ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ୨ ପୁଅ ପାଠ ପଢ଼ି ସାରି ବେରୋଜଗାର ଅଛନ୍ତି। ଝିଅ ମମିତା ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ସମସ୍ୟା ଦୂର କରିବେ ବୋଲି ଆଶା ରଖିଥିଲେ । କିନ୍ତୁ ତାଙ୍କର ସ୍ବପ୍ନ ପୂରା ହୋଇପାରିଲା ନାହିଁ । ଦୁଃଖିଶ୍ୟାମ ଙ୍କ ଦୁଃଖ ବଢ଼ିଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ହଷ୍ଟେଲ୍‌ ରୁମ୍‌ରେ ସୋମବାର ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ ଓଡ଼ିଆ ଝିଅ ମମିତା ନାଏକ । ଆଇଆଇଟି ହାଇଦ୍ରାବାଦ ର ଅଧ୍ୟକ୍ଷ ମମିତାଙ୍କ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ। ମମିତାଙ୍କ କାକା ଯଜ୍ଞଶ୍ବର ନାଏକ (ପ୍ରସାଦ) ଓ ସମାଜସେବୀ ଦାମୋଦର ହୋତା ହାଇଦ୍ରାବାଦ ଯାଇ ପହଞ୍ଚିବା ପରେ ଯାହା ଦେଖିଲେ ମମିତା କେବେ ଆତ୍ମ ହତ୍ୟା କରିନଥିବ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ପରିବାର ଲୋକେ l ସୁଇସାଇଡାଲ୍ ନୋଟ୍ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ଓ ବୀରମହାରାଜପୁରର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା। ‌ମିଳିଥିବା ସୁଚନା ଅନୁସାରେ ହାଇଦ୍ରାବାଦ୍‌ରେ ପହଞ୍ଚି ବୁଧବାର ସକାଳୁ ଇଣ୍ଡିକୋ ବିମାନରେ ଭୁବନେଶ୍ୱର ଆଣିବା ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ମମିତାଙ୍କ ମର ଶରୀର ଜନ୍ମ ମାଟି ଡୁଙ୍ଗୁରି ଗ୍ରାମରେ ଦିନ ୨ଟାରେ ପହଞ୍ଚିଥିଲ। ବୁଧବାର ଡୁଙ୍ଗୁରି ଗ୍ରାମରେ ମମିତାଙ୍କ ମର ଶରୀର ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳି ରେ ଫାଟି ଯାଇଥିଲା ଗାଁ ଦାଣ୍ଡ । ମମିତାଙ୍କ ସାଙ୍ଗ ସାଥି, ଗାଁ ପରିବାର ଏପରିକି ସ୍କୁଲ ଛାତ୍ରଛାତ୍ରୀ ଓ ଅଞ୍ଚଳର ବହୁମାନ୍ୟ ଗଣ୍ୟ ବ୍ୟକ୍ତି ମମିତାଙ୍କ ଶେଷ ଦର୍ଶନ କରିଥିଲେ। ଏଠାରେ ସୂଚାଇ ଦିଆଯାଇପାରେଯେ ମମିତା ଜଣେ ମେଧାବୀ ଛାତ୍ରୀ ଥିଲେ। ସୂଚନାଯୋଗ୍ୟ, ୧୯ ବର୍ଷୀୟ ମମିତା ନାୟକ ଚଳିତବର୍ଷ ଆଇଆଇଟି ହାଇଦ୍ରାବାଦରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ। ସେ ଜୁଲାଇ ୨୬ ତାରିଖରେ ଆଇଆଇଟିକୁ ଆସିଥିଲେ। ସେଥିପାଇଁ ସେ ହାଇଦ୍ରାବାଦ ଆଇଆଇଟିରେ ଫ୍ରି ସିଟ୍ ମଧ୍ୟ ପାଇଥିଲେ । କିନ୍ତୁ ମମତାଙ୍କ ଆତ୍ମ ହତ୍ୟା କୁ ସମ୍ପୁର୍ଣ୍ଣ ଭାବରେ ଅସ୍ବୀକାର କରିଛନ୍ତି ମମତାଙ୍କ ପରିବାର ଲୋକ ଓ ଗ୍ରାମବାସୀ । ମମିତାଙ୍କ ଅନ୍ତିମ ସଂସ୍କାର ଗୋଧର୍ଣ୍ଣେଶ୍ବର ମହାନଦୀ ଠାରେ କରାଯାଇଛି । ମମିତାଙ୍କ ପିତା ଦୁଃଖିଶ୍ୟାମ ନାଏକ ମୁଖାଗ୍ନୀ ଦେଇଥିଲେ । ଅନ୍ତିମ ସଂସ୍କାର ରେ ବୀରମହାରାଜପୁରର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଖଣ୍ଡହତା ସମିତି ସଭ୍ୟ ବିନୋବା ନନ୍ଦ ପଧାନଙ୍କ ସମେତ ଶତାଧିକ ବନ୍ଧୁ ଓ ପରିବାର ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ । ସେପଟେ ସ୍ଵର୍ଗତା ମମିତା ନାଏକଙ୍କ ମାଁ ଝିଅ ର ମର ଶରୀର ଦେଖିବା ପରେ ସଂଜ୍ଞା ହୀନ ହୋଇଯିବାରୁ ତାଙ୍କୁ ବୀରମହାରାଜପୁରର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.