ଭଞ୍ଜନଗର,୨୫/୦୭(ପିପିଟି): ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ଜନ ଶୁଣାଣି ଦ୍ୱାରା ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ ୪୨ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ରାୟ ଗ୍ରହଣ କରିଥିଲେ । ଦିବ୍ୟାଙ୍ଗମାନଙ୍କ ନିକଟରୁ ୫ଟି ଅଭିଯୋଗ ପତ୍ର ଆସିଥିଲା ବେଳେ ୩୭ଟି ସାଧାରଣ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ଭଞ୍ଜନଗର ଉପଖଣ୍ଡ ମେଡିକାଲର ଡାକ୍ତର ବଦଳିକୁ ବିରୋଧ କରି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ I ଏହି ଅଭିଯୋଗ ଶୁଣାଣି ସମୟରେ ସହାୟକ ଜିଲ୍ଲାପାଳ ଅଞ୍ଜଳି ମାଝି, ଏଷ୍ଟାବ୍ଳିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଭଞ୍ଜନଗର ଜନସ୍ବlସ୍ଥ ଅଧିକାରୀ ବିନୟ କୁମାର ସାହୁ, ସି.ଡି.ପି.ଓ ବିଷ୍ଣୁ ପ୍ରୀୟା ସେଠୀ, ଅତିରିକ୍ତ ଯୋଗଣ ଅଧିକାରୀ ଅସିତ ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ସମେତ ଉପଖଣ୍ଡର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଫିସର କର୍ମଚାରୀ ମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )