ଜନବସତି ଅଞ୍ଚଳରେ ନୂଆ ମଦ ବାର ଖୋଲିବା ନେଇ ଜନ ପ୍ରତିବାଦ ।

0 311

ଭୁବନେଶ୍ୱର,୦୨/୦୭(ପିପିଟି): ଜନବସତି ଅଞ୍ଚଳ ଆଇ ଆର ସି ଭିଲେଜରେ ପ୍ରସ୍ତାବିତ ନୂଆ ମଦ ବାର ଖୋଲିବା ନେଇ ଆଜି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ନେତୃତ୍ବରେ ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦା, ପାର୍ଟି କର୍ମୀ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ନେତୃବୃନ୍ଦ, ବିଭିନ୍ନ ଶ୍ରମିକ ସଂଗଠକ ସାମିଲ ହୋଇଥିଲେ। ୪୨ଟି ନୂଆ ମଦ ବାର ଖୋଲିବା ପାଇଁ ଅନୁମତି ମିଳି ନାହିଁ ବୋଲି ଖବର କାଗଜରେ ପ୍ରକାଶ ପାଇଥିଲା ଯେଉଁଥିରେ ଏହି ମାଲିକ୍ ର ମଧ୍ୟ ବାର ତାଲିକାରେ ଥିଲା କିନ୍ତୁ ମାଲିକ କିପରି ରାଜ୍ୟ ସରକାରଙ୍କ ଠାରୁ ଲାଇସେନ୍ସ ପାଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ। ଏଠାରେ ଶ୍ରମଜୀବି ବସ୍ତି ଗଣପତି ନଗର, ଗାନ୍ଧୀ ବସ୍ତି, ତ୍ରିନାଥ ବସ୍ତି ରେ ପ୍ରାୟ ୨ ହଜାର ରୁ ଅଧୂକ ପରିବାର ବାସ କରୁଛନ୍ତି । ଭଦ୍ର ବ୍ୟକ୍ତିମାନଙ୍କ କଲୋନୀ ସହ ୨୦୦ ମିଟର ମଧ୍ୟରେ ସରକାରୀ ସ୍କୁଲ ଓ ମନ୍ଦିର ମଧ୍ୟ ଅବସ୍ଥିତ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପରୀକ୍ଷା ଦେବା ପାଇଁ ଆସୁଥିବା ଶିକ୍ଷା ଅନୁଷ୍ଠାନ ରହିଛି। ଏହା ବ୍ୟତିତ ଜାତୀୟ ରାଜପଥ ୫ ନମ୍ବର ଠାରୁ ମାତ୍ର ୧୦୦ ମିଟର ଦୂରତା ମଧ୍ୟରେ ପ୍ରସ୍ତାବିତ ମଦ ବାର ଅବସ୍ଥିତ । ଆଇନଗତ ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଏଭଳି ସ୍ଥାନରେ ମଦ ବାର ଖୋଲିବା ପାଇଁ ଲାଇସେନସ୍ ପ୍ରଦାନ କରାଯିବା ବେଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶର ଏହା ଉଲ୍ଲଘଂନ । କେବଳ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲଘଂନ କରୁଅଛି ବା ଆଇନଗତ ଦୃଷ୍ଟିରୁ ଠିକ ନୁହେଁ, ସେ କଥା ନୁହେଁ ଏଭଳି ଏକ ଘନଜନବସତି ଅଞ୍ଚଳରେ ଏବଂ ବିଶେଷ କରି ଶହ ଶହ ଶ୍ରମଜୀବୀ ଜନଗଣ ବସବାସ କରୁଥିବା ଶ୍ରମଜୀବୀଙ୍କ ବସ୍ତି ନିକଟରେ ମଦବାର ଖୋଲି ଦିଆଯିବା ନିଷ୍ପତ୍ତି କରିବା ଅର୍ଥ ବ୍ୟାପକ ଜନସାଧାରଣଙ୍କର ପାରିବାରିକ ଆର୍ଥିକ ସ୍ଥିତିକୁ ଜାଣିଶୁଣି ଆହୁରୀ ଖରାପ କରିବା ସହିତ ସମାନ । ଆମର ସାମାଜିକ, ପାରିବାରିକ, ଅର୍ଥନୈତିକ କ୍ଷେତ୍ରରେ ସ୍ଵାସ୍ଥ୍ୟ ହାନିକାରକ ମଦର କେତେ ବିଷମୟ ପରିଣତି ରହିଛି । ଖୁଲମଖୁଲା ସମସ୍ତ ନୀତି ନିୟମକୁ ଉଲଂଘନ କରି ବିପ୍ଳବୀ କମ୍ୟୁନିଷ୍ଟ ରାଜନୈତିକ ପାର୍ଟି ସି.ପି.ଆଇ (ଏମ୍ଏଲ୍) ରେଷ୍ଟାର ର ରାଜ୍ୟ କାର୍ଯ୍ୟାଳୟ ତଥା ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ରାଜ୍ୟ କାର୍ଯ୍ୟାଳୟ ଏବଂ ବସ୍ତି ସୁରକ୍ଷା ମଞ୍ଚର ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏହା ଖୋଲିବା ଅର୍ଥ ନୀତି ନିୟମକୁ ବେଖାତିର କରି ଗୁଣ୍ଡା ବାହୁବଳ ଓ ଅର୍ଥବଳରେ ସବୁକିଛି କରାୟତ କରି ମଦ ବାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି କରି ଶ୍ରମଜୀବୀଙ୍କୁ ତଳିତଳାନ୍ତ କରିବେ ବୋଲି ବହୁ ବକ୍ତା ମତ ଉପସ୍ଥାପନ କରିଥିଲେ। ଜୁନ୍ ୨୬ ବିଶ୍ଵ ନିଶା ନିବାରଣ ଦିବସ ପାଳନ ଅବସରରେ ମୂଖ୍ୟମନ୍ତ୍ରୀ ନିଶା ନିବାରଣ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଯେଉଁ ବାର୍ତ୍ତା ଦେଇଛନ୍ତି ସେହି ପରିପ୍ରେକ୍ଷୀରେ ପୁଣି ନୂଆ ମଦ ବାର ଖୋଲିବାକୁ ଅନୁମତି ପ୍ରଦାନ ନିଶା ନିବାରଣ ନୁହେଁ ବରଂ ନିଶା ପ୍ରୋତ୍ସାହନ ପାଇଁ ଅଭିପ୍ରେତ ବୋଲି ପାର୍ଟିର ରାଜ୍ୟ ସମ୍ପାଦିକା ପ୍ରମିଳା ମତ ରଖିଥିଲା।‌ ଏହି ମଦ ବାର ବନ୍ଦ କରିବା ସହିତ ନୂତନ ମଦ ଦୋକାନ ଖୋଲିବା ନୀତିରୁ ସରକାର ଓହରି ଆସନ୍ତୁ ନ ହେଲେ ଆନ୍ଦୋଳନ ଦୁ୍ର୍ବାର ହେବ ବୋଲି଼ ଚେତାବନୀ ଦେଇଥିଲେ। ଆଜିର ଏହି ଗଣଧାରଣାରେ ସିପିଆଇ ଏମ୍ ଏଲ ରେଡଷ୍ଟାର ର ରାଜ୍ୟ ସମ୍ପାଦିକା ପ୍ରମିଳା ରାଜ୍ୟ କମିଟି ସଦସ୍ୟ ଶଙ୍କର, ପେଦିନୀ ପାର୍ବତୀ,ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା,ଉପ ସଭାପତି ସରୋଜ ଦାସ, ନାରାୟଣ ଲେଙ୍କା, ଗୋପୀନାଥ ନାୟକ, ରାମଚନ୍ଦ୍ର ସାହୁ,ରାଧା ମାଧବ ସାହୁ, ଯୋଗିନାଥ ବେହେରା,ମୂରଲୀଧର ଭୂୟାଁ , ମିନତି ଭୋଇ,ରଞ୍ଜୁ ଦାସ, ଗୀତାଞ୍ଜଳି,ରବିନ୍ଦ୍ର ପ୍ରଧାନ,ଜାନକୀ, ନିରୂପମା,ପୂଜା ଦାସ ତଥା ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଙ୍ଗଠନର ରାଜ୍ୟ ସମ୍ପାଦିକା ରାଧାରାଣୀ ସମେତ ଶହଶହ ମହିଳା, ବସ୍ତି ବାସିନ୍ଦା ଯୋଗ ଦେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ବନି କୁମାର ପାତ୍ର,ଡିସିପି, ସମେତ ନୟାପଲ୍ଲୀ ଭାରପ୍ରାପ୍ତ ଅଧିକାରୀ ବିଶ୍ବରଂଜନ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.