କୋଦଳା,୧୨/୦୫(ପିପିଟି);ମହାମାରୀ କରୋନା ର ଭୟଙ୍କର ରୂପ, ରାଜ୍ୟ ସରକାରଙ୍କ ଲକଡାଉନ ପ୍ରଭାବରେ ନିଜର କାର୍ଯ୍ୟ ହାସଲ ପାଇଁ ତହସିଲ କାର୍ଯ୍ୟଳୟରୁ ବିଭିନ୍ନ ପ୍ରକାର ସରକାରୀ ସାର୍ଟିଫିକେଟ ଓ ପଟ୍ଟା ପାଇବାରେ ଜନସାଧାରଣ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ହାତ ପାହାନ୍ତା ରେ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟ ରେ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶକ୍ରମେ ବୁଧବାର ଦିବା ୧୧ଘଣ୍ଟ ସମୟରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଏବଂ ସମସ୍ତ ତହସିଲ କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ତହସିଲଦାର ଅବନୀ କୁମାର ସାହୁ ସବୁଜ ପତାକା ହଲାଇ ସୁ ସଜ୍ଜିତ “ରାଜସ୍ବ ରଥ “ର ଶୁଭାରମ୍ଭ କରିଥିଲେ । ଜନସାଧାରଣଙ୍କ ଆବଶ୍ୟକତା ଅନୁଯାଇ ସେମାନଙ୍କ ଘର ନିକଟକୁ ଯାଇ ଘରବାରି ପଟ୍ଟା, ଗ୍ରାମକଣ୍ଟକ,ପେ ବନ୍ଦବସ୍ତ, ମ୍ୟୁଟେସନ,ଇ ପାଉତି,ଜାତିଗତ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ, ଇନକମ ସାର୍ଟିଫିକେଟ ପ୍ରଭୃତି ,ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରକାଶ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )