ବ୍ରହ୍ମପୁର, ୦୭/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ଜାଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିରୋଧ ଆସିଥିବା ଅଭିଯୋଗର ତଦନ୍ତ ମନ୍ଥର ଗତିରେ ଚାଲିଛି। ସରକାରଙ୍କ ବିଭିନ୍ନ ସମୟରେ ତଦନ୍ତ ପାଇଁ ଚିଠି ଆସୁଥିଲେ ମଧ୍ଯ ବିଇଓ ମାନେ ଅଣଦେଖା କରି ଚାଲିଛନ୍ତି। ଗଞ୍ଜାମ ଜିଲ୍ଲାର ୧୦ ଜଣ ବିଇଓଙ୍କ ଦରମା ମଧ୍ଯ ବନ୍ଦ ହୋଇଛି। ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଚଳଚଞ୍ଚଳ ହୋଇ ଉଠିଛି। ଦୀର୍ଘ ଦିନ ପରେ ସୋରଡା ବିଇଓ ଜାଲ ସାର୍ଟିଫିକେଟ ଘଟଣାରେ ସତ୍ଯନାରାୟଣ ସେଠୀଙ୍କ ନାମରେ ବଡଗଡ ଥାନାରେ ଏତାଲା ଦେଇଛନ୍ତି। ବଡଗଡ ଥାନା କେଶ ନମ୍ବର ୨୯୫/୨୦୨୧ ରେ ମାମଲା ରୁଜୁ ହୋଇଛି। ଶିକ୍ଷକ ସତ୍ଯନାରାୟଣ ସେଠୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସମରଜିତ୍ ମହାନ୍ତି ତା- ୦୯/୧୨/୨୦୧୯ ରେ ରାଜ୍ଯ ସରକାରଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ଯ ବିଇଓ ତଦନ୍ତ ନକରି ସୁରକ୍ଷା ଦେଇ ଆସୁଥିଲେ। ଶେଷରେ ସରକାରଙ୍କ କଡା ଆଭିମୁଖ୍ଯ ଯୋଗୁଁ ତଦନ୍ତ କରାଯାଇ ଥାନାରେ ଏତାଲା ଦିଆଯାଇଛି। ଅଭିଯୋଗର ତଦନ୍ତ ପାଇଁ ପ୍ରାୟ ୨୧ ମାସ ସମୟ ଲାଗିଲା ।ତଦନ୍ତ ନାମରେ ସୁରକ୍ଷା ଦେବାରୁ ଦରମା ବାବଦରେ ରାଜକୋଷରୁ ଅର୍ଥ ଲୁଟ ହେଇଗଲା। ଏଥିପାଇଁ ଉତ୍ତର ଦାୟୀ କିଏ ବୋଲି ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।