ଜଙ୍ଗଲ ଜମି ପଟ୍ଟା ଓ ମଦମୁକ୍ତ ପାଇଁ ଦାବି ପତ୍ର ପ୍ରଦାନ ।

0 422

ରାୟଗଡା,୧୩/୦୮(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ପୌରପରିଷଦରେ ଥିବା ଦୁର୍ନୀତି ଓ ବିଭିନ୍ନ କାର୍ଯ୍ୟର ଅନିୟମିତତା, ରାମନାଗୁଡା ବ୍ଲକର ଉକମ୍ବା ପଂଚାୟତକୁ ମଦମୁକ୍ତ ଘୋଷଣା ଏବଂ ସମସ୍ତ ବ୍ଲକର ଆଦିବାସୀ, ଦଳିତଙ୍କୁ ଜଙ୍ଗଲଜମି ପଟ୍ଟାପ୍ରଦାନ ନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ଗାନ୍ଧୀ ଜୟନ୍ତୀରୁ ଅନଶନ ଓ ଆନ୍ଦୋଳନର ଚେତାବନୀ ଦେଇଛି। ଜମିପଟ୍ଟା ଓ ମଦମୁକ୍ତ ନିମନ୍ତେ ୨୦୧୮ ରେ ଜିଲ୍ଲାପାଳ ଅଫିସ ଆଗରେ ଅନଶନ କରାଯାଇଥିଲା ଓ ଖୁବଶୀଘ୍ର ଏସବୁର ସମାଧାନ ନିମନ୍ତେ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଆଜିପର୍ଯ୍ୟନ୍ତ କାମ ହୋଇନାହିଁ। ଉକୁମ୍ବା ମଦମୁକ୍ତ ପାଇଁ ତତ୍କାଳୀନ ଗୁଣୁପୁର ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ମଦ ବନ୍ଦ ହୋଇଥିଲା କିନ୍ତୁ ତାଙ୍କ ବଦଳିପରେ ପୁଣି ଆରମ୍ଭ ହୋଇଗଲା। ତେଣୁ ରାୟଗଡା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଅକ୍ଟୋବର ୨ତାରିଖ ଗାନ୍ଧୀଜୟନ୍ତୀରୁ ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦାବୀପୂରଣ ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଆବାହକ ପ୍ରଦୀପ କୁମାର ଦାସ ଓ ବୋମ୍ମାଲି କାନ୍ତା ରାଓ କହିଛନ୍ତି। ଉପଖଣ୍ଡ ଆବାହକ ଶକ୍ତି ଦାଶ,ପୌରପରିଷଦ ଆବାହକ ଆଲେଲୀୟ ଗମାଙ୍ଗ, ବ୍ଲକ ଆବାହକ ଜମେଶ ଶବର ଏବଂ ସଦସ୍ୟ ମିଲନ୍ନିତା ମଣ୍ଡଳ,ସିପୁନ ଶବର,ଯମୁନା କଣ୍ଡା ଗୋରୀ ଉପସ୍ଥିତ ଥିଲେ। ରିପୋର୍ଟ – ନବୀନ ନାୟକବେହେରା ।

Leave A Reply

Your email address will not be published.