ଜଙ୍ଗଲୀ ବାରହା ଆକ୍ରମାଣରେ ବନରାକ୍ଷୀ ଆହତ ।

0 260

ଉଲୁଣ୍ଡା,୨୯/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଲ ଅଧିନସ୍ଥ ରଢ଼ିଆପାଲି କେନାଲରେ ଫସିଥିବା ବାରାହକୁ ଉଦ୍ଧାର କରିବାକୁ ଯାଇ ବାରାହ ଆକ୍ରମଣରେ ଜଣେ ବନରକ୍ଷୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବନରକ୍ଷୀ ଜଣକ ହେଲେ ଆଶୁତୋଷ ହୋତା । ସୂଚନା ଅନୁସାରେ ଆଜି ସକାଲୁ ରଢ଼ିଆପାଲି କେନାଲରେ ଏକ ବାରାହ ଫସିଯାଇଥିବା ଖବର ପାଇଁ ଆଶୁତୋଷ ନିଜ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ବାରାହକୁ ଉଦ୍ଧାର କରୁଥିବା ସମୟରେ ବାରାହ ଅଶୁତୋଷଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗୋଡରେ କାମୁଡି ମାଂଶ ପିଣ୍ଡୁଳା ନେଇଯାଇଥିଲା । ଫଳରେ ବହୁ ରକ୍ତ ସ୍ରାବ ହେବା ସହ ଗୁରୁତର ହୋଇପଡିଥିଲେ । ଘଟଣା ସ୍ଥଳରୁ ତାଙ୍କ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଦାକ୍ତରଖାନାକୁ ଆଣିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଦାକ୍ତରଖାନାକୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.