ବୋଲଗଡ଼,୦୭/୧୦(ପିପିଟି):ସରକାରଙ୍କ ତରଫରୁ ଚାଷୀଙ୍କ ପ୍ରତି ଗୁରୁ ଦାୟିତ୍ବ ଥିବା ବେଳେ ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଦେଉଳି ପଞ୍ଚାୟତ ଗୋଡା ଗ୍ରାମରେ ଜଙ୍ଗଲି ହାତୀଙ୍କ ଉତ୍ପାତ ଆଜକୁ ପ୍ରାୟ ୧୦ ରୁ ୧୨ ବର୍ଷ ହେବ ଗୋଡ଼ା ଗ୍ରାମ ଓ ଆଖ ପାଖ ଅଞ୍ଚଳରେ ହୋଇଥିବା ପନିପରିବା, ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଉଛନ୍ତି। ଗାଁ ମୁହାଁ ହୋଇ ଘର ଦ୍ଵାର ଭଙ୍ଗାରୁଜା କରୁଛନ୍ତି। ଯାହାଫଳରେ ଧନ ଜୀବନ ବିପଦ ମୂଖି ହୋଇଯାଇଛି।ଏଥିରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ମାନେ ପାଳିକରି ଭାଡ଼ି ଜଗିବା ପନ୍ଥା ଅବଲମ୍ବନ କରିଛନ୍ତି। ଏଥିରେ ମଧ୍ୟ ହତାଶ ହୋଇଗଲେଣି। ୪ ଉର୍ଦ୍ଧ୍ବ ହାତୀ ପଲ ଆସି ଚାଷ ଜମି ନଷ୍ଟ କରିଦେଉଛନ୍ତି,ଏଥିରେ ୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କର ୭୦ ଏକର ରୁ ଉର୍ଦ୍ଧ ଧାନ ଫସଲ ନଷ୍ଟ କଲେଣି। ଏ ନେଇ ଅଜୟ ଖୁଣ୍ଟିଆ,ଦିବାକର ପାଇକରାୟ, ଅଖିଳ ଚରଣ ବିଜୁଳି, ଗୌତମ ପାଇକରାୟ,ମଧୁସୂଦନ ପାଇକରାୟ, ନରସିଂହ ପାଇକରାୟ, ଲକ୍ଷ୍ମୀଧର ସୁନ୍ଦରାୟ, ନନ୍ଦ କିଶୋର ରାଉତରାୟ, ପ୍ରମୁଖ ଚାଷୀ ମାନେ ଋଣ ଆଣି ଚାଷ କରିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରିବା ସ୍ୱତେ ବନ ବିଭାଗ କର୍ମଚାରୀ କୌଣସି ମତେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହି ଭଳି କ୍ଷୟକ୍ଷତି ହେଉଛି ବନ ବିଭାଗର ଏହି ଭଳି ଅବହେଳିତ ଯୋଗୁଁ ଚିନ୍ତାରେ ଚାଷୀକୁଳ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଜି ଚାଷୀ ମାନେ ଏ ସବୁକୁ ଅସହ୍ୟ କରି ଜୀବନ ଜୀବିକାକୁ ଆଖି ଆଗରେ ରଖି ମନସ୍ଥ କଲେ କି ଚେତାବନୀ ସହମତେ ବନ ବିଭାଗ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଆଗକୁ ଅଣ୍ଟା ଭିଡ଼ିବେ ବୋଲି ଚେତାବନୀ ଦେଇଛନ୍ତି।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)