ଜଙ୍ଗଲରେ ନିଆଁ ଏବଂ ବନ୍ଯ ଶିକାର ନିରୋଧ କର୍ମଶାଳା ।

0 216

ମାଲକାନଗିରି,୧୨/୦୨(ପିପିଟି): ମାଥିଲି ବନାଞ୍ଚଳ ତରଫରୁ ମୁଦୁଲିପଡା ଗ୍ରାମ ପଞ୍ଚାୟତର ବନ୍ଧଗୁଡା ଗ୍ରାମ ଠାରେ ଜଙ୍ଗଲ ନିଆଁ ଓ ବନ୍ୟ ପ୍ରାଣୀ ଶିକାର ନିରୋ. ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଥିଲି ବାନାଞ୍ଚଳ ଅଧିକାରୀ ବାସୁଦେବ ନାୟକ , ଆମ ଜଙ୍ଗଲ ଯୋଜନା ତଥା ସୃଷ୍ଟି ଅନୁଷ୍ଠାନ କର୍ମୀ କିଶୋର ବାବୁ ଯୋଗଦେଇ ଜଙ୍ଗଲ ନିଆଁର ଅପକାରିତା, ସମସ୍ୟା ଜଙ୍ଗଲରେ ଜୀବ ଜନ୍ତୁ ଶିକାର ନିରୋଧ ସଂପର୍କରେ ବୁଝାଇ ଥିଲେ। ସେହି ପରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଜଙ୍ଗଲ ନିଆଁକୁ କିପରି ଆୟତ କରିବା ଏକ ଡେମନଷ୍ଟ୍ରେଶନ ମାଧ୍ୟମରେ ଗ୍ରାମବାସୀଙ୍କୁ ବୁଝେଇଥିଲେ । ସେହିପରି ଗୋବିନ୍ଦପଲ୍ଲୀ ବନପାଳ ଫକୀର ଚରଣ ମାହାଲି ଜୀବ ଜନ୍ତୁ ଶିକାର କଲେ ଆସାମୀଙ୍କୁ କିପରି ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଏ ଏବଂ ଏହାର ଦଣ୍ଡି ବିଧାନ ସଂପର୍କରେ ମତ ପୋଷଣ କରିଥିଲେ । ଏହା ବ୍ଯତୀତ ଜଙ୍ଗଲ ଜୀବ ଜନ୍ତୁ ଆକ୍ରମଣରେ ମୃତ୍ୟୁ ବରଣ କଲେ କିପରି ସରକାରୀ ସହାୟତା ମିଳିଥାଏ ବୁଝାଇଥିଲେ । ଏହା ପରେ ବନ ସୁରକ୍ଷା ସମିତି ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ଯ ତଦାରଖ କରିଥିଲେ ଓ ନିଆଁ ଲାଗୁଥିବା ପ୍ରତ୍ୟେକ ଗ୍ରାମଗୁଡିକରେ ଓ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ କରା ଯିବ ବୋଲି ଶ୍ରୀ ନାୟକ ମତବ୍ଯକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡେଭଲପମେଣ୍ଟ ଅଫିସର ହୃଷିକେଶ ପଣ୍ଡା, ବଂଶୀଧର ଅନୁଗୁଲିଆ, ସୁରଜ ମାଝୀ, ସନ୍ତୋଷ ନାହାକ, ରଞ୍ଜିତ ପୂଜାରୀ, ହାଡ଼ି ମୁଦୁଲି , ବନ୍ଧଗୁଡ଼ା ଗ୍ରାମର ଅନିମେଟର ସୁରଜ୍ ଧାଙ୍ଗଡମାଝି ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୃଷ୍ଟି ତରଫରୁ କୁହାଯାଇଥିଲା । ଏହା ସହିତ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଓ ବନ୍ଯ ଜନ୍ତୁ ଶିକାର ନ କରିବାକୁ ଗ୍ରାମବାସୀ ମାନଙ୍କୁ ଶପଥ କରାଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.