ଜଙ୍ଗଲରୁ ଗଛ କାଟିଥିବା ଜମି ମାଫିଆଙ୍କୁ ଗିରଫ କରିବା ପାଇଁ ଆଦିବାସୀ ଭାରତ ମହାସଭା ପକ୍ଷରୁ ଉପ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ ।

0 252

ଭଞ୍ଜନଗର,୦୧/୦୭(ପିପିଟି);ଡିମିରିପଲ୍ଲି ଆଦିବାସୀଙ୍କ ଜଙ୍ଗଲରେ ୧୦୦ରୁ ଉର୍ଦ୍ଧ୍ବ ଶାଗୁଆନ, ପିଆଶାଳ ଆଦି ଗଛ ସହ ୧୦୦୦ରୁ ଉର୍ଦ୍ଧ୍ବ କାଜୁ ଗଛ କାଟି ଜମି ମାଫିଆ କହ୍ନେଇଲାଲ ହାପାନୀ ଓ ପୂର୍ଣଚନ୍ଦ୍ର ମିଶ୍ର ଯେଉଭଳି ଭାବେ ପରିବେଶ ସୁରକ୍ଷା ଆଇନ ଓ ଜଙ୍ଗଲ ଆଇନର ଉଲଂଘନ ଏବଂ ଡିମିରପଲ୍ଲୀ ଆଦିବାସୀଙ୍କ ଜୀବନ ଓ ଜୀବିକାକୁ ଧ୍ବଂସ କରିଛନ୍ତି ସେଥିପାଇଁ ଆଦିବାସୀ ଭାରତ ମହାସଭା ଜିଲ୍ଲା କମିଟି ପକ୍ଷରୁ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଓ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରି ଗିରଫ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଆଇନରେ ସ୍ବଷ୍ଟଭାବେ ଉଲ୍ଲେଖ ଅଛି ଯେ, ବିନା ଅନୁମତିରେ ଯେ କୌଣସି ବ୍ୟକ୍ତି ନିଜ ବାଡି ବଗିଚାରୁ ମଧ୍ୟ ଶାଗୁଆନ, ପିଆଶାଳ, ହଳନ୍ତ, ଆଦି ମୂଲ୍ୟବାନ ଗଛ କାଟି ପାରିବେ ନାହିଁ ଏବଂ ପରିବେଶର ବିନାଶ କରିବାର କାହାର ଅଧିକାର ନାହିଁ । କରୋନା ମହାମାରୀ ରୁ ମାନବଜଗତକୂ ରକ୍ଷା କରିବା ପାଇଁ ଅକ୍ସିଜେନ ପ୍ଳାଣ୍ଠ ନିର୍ମାଣ କରାଯାଉଥିବା ବେଳେ ପ୍ରକୃତିଦତ୍ତ ଭରପୂର ଅକ୍ସିଜେନ ପ୍ଳାଣ୍ଟ ଜଙ୍ଗଲକୁ ଛାରଖାର କରିବା ଆଇନର ମହା ଅବମାନନା ଅଟେ । ଏଥିପାଇଁ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ବୋଲି ଉପସ୍ଥିତ ନେତୃତ୍ବ ପ୍ରକାଶ କରିଥିଲେ । ଏଥିସହ ଆଦିବାସୀଙ୍କ ଜଙ୍ଗଲ ଜମିକୁ ଚିହ୍ନଟ କରିବା, ପୂର୍ବାପୁରଷ ଅମଳରୁ ଚାଷ କରୁଥିବା ଜମିର ଆଦିବାସୀ ଙ୍କୁ ପଟ୍ଟା ପ୍ରଦାନ କରିବା । ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରି ଜଙ୍ଗଲ ର ସୁରକ୍ଷା ଗ୍ରାମ୍ୟ କମିଟିକୁ ପ୍ରଦାନ କରିବା । ଜଙ୍ଗଲ କ୍ଷତିର ଭରଣା ପାଇଁ ମନରେଗା ଆଇନରେ ଆଦିବାସୀ ଙ୍କ ହାତକୁ କାମ ସହ ସମସ୍ତ ପ୍ରକାର ଫଳନ୍ତି ବୃକ୍ଷରୋପଣ କରିବା, ବିପଦପୂର୍ଣ୍ଣ ଭାବେ ଛିଡା ହୋଇଥିବା ଗଛର ସୁପ୍ରତିକାର ଆବଶ୍ୟକ ନଚେତ ବନ୍ୟପ୍ରାଣୀ, ଗୋରୁଗାଈ କିମ୍ବା ମଣିଷର ଜୀବନକୁ ଆଘାତ ପହଞ୍ଚାଇପାରେ । ଅସଦ ଉପାୟରେ ଯେଉଁ ଗୋଚର ଜମି, ରାଜସ୍ବ ଜଙ୍ଗଲ ଜମିର ପଟ୍ଟା କହ୍ନେଇଲାଲ ହାପାନୀ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର କରିଛନ୍ତି ତାହା ରଦ୍ଧ କରି ଆଦିବାସୀଙ୍କୁ ତାର ଅଧିକାର ପ୍ରଦାନ କରିବା, ଆଦିବାସୀଙ୍କ ପ୍ରତି ପରିବାରକୁ ୫୦ହଜାର ଟଙ୍କା କ୍ଷତିପୂରଣ, କଟା ଯାଇଥିବା କାଠକୁ ଆକ୍ସନ କରି ଆଦିବାସୀ ଙ୍କୁ ତାହାର ଅର୍ଦ୍ଧେକ ଟଙ୍କା ଗ୍ରାମ୍ୟ କମିଟି କୁ ପ୍ରଦାନ କରିବା, ସରକାର କର୍ମଚାରୀ କିମ୍ବା ଅଧିକାରୀଙ୍କ ସଂପୃକ୍ତ ଥିଲେ ଚାକିରୀ ରୁ ବରଖାସ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଦୃଢ ଦାବି ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଭାରତ ମହାସଭାର ରାଜ୍ୟ ଆବାହକ ଟୁନା ମଲ୍ଲିକ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ମହିଳା ନେତ୍ରୀ ରୁନୁ ପ୍ରଧାନ, ତାରସିଂ ଉପାନ୍ତ ଅଞ୍ଚଳର ନେତା ପୂର୍ଣ୍ଣଚନ୍ଦ୍ର ଜାନି, ଡିମିରିପଲ୍ଲି ଗ୍ରାମର କାର୍ତ୍ତିକ ପ୍ରଧାନ, ରାଘବ ପ୍ରଧାନ, ପ୍ରକାଶ ପ୍ରଧାନ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.