“ଜଗାମିଶନ” କାର୍ଯ୍ୟକ୍ରମର ଦୁରୂପଯୋଗ : ହିଞ୍ଜିଳି କଂଗ୍ରେସ ।

0 489

ହିଞ୍ଜିଳିକାଟୁ,ତା-୨୦/୧୦(ପିପିଟି) ;  ହିଞ୍ଜିଳି ପୌରପରିଷଦରେ ଗତ ତା ୧୬/୧୦/୨୦୨୦ ରିଖ ଦିନ “ଜାଗାମିଶନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାସହୀନ ତଥା ନିଜ ନାମରେ ଜାଗା ନ ଥିବା ବ୍ୟକ୍ତି ବିଶେଷଙ୍କୁ ଜାଗା ଅଧିକାର ପତ୍ର ପ୍ରଦାନ କରାଯାଇଥିଲା। ପ୍ରାୟ ୨୬ ଜଣକୁ ଜାଗା ଅଧିକାର ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ,ତହସିଲଦାର , ପୌରପରିଷଦ କାର୍ଯ୍ୟ ନିର୍ଵାହି ଅଧିକାରୀଙ୍କ ସହ ବିଜୁ ଜନତା ଦଳର କର୍ମୀ ମାନେ ମଞ୍ଚାସିନ ଥିବା ବୋଲି ଏବଂ ଏହି ଯୋଜନା ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ପଟା ପ୍ରଦାନ କରିବା । ଏହା ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ , ଏଣୁ ଏହି ସରକାରୀ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ସ୍ଥାନୀୟ ବିଧାୟକ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ରହିବା କଥା । ଯେହେତୁ ସରକାରୀ ପ୍ରତିନିଧ ମାନଙ୍କ ଛଡ଼ା ଏଠାରେ ବିଜୁ ଜନତା ଦଳର ବହୁ କର୍ମୀ ମଞ୍ଚାସିନ ଥିଲେ। କିନ୍ତୁ ସେମାନେ କୌଣସି ପଦପଦାଧିକାରୀରେ ନୁହନ୍ତି । ତେଣୁ ଏହି ଦଳୀୟ କର୍ମୀଙ୍କୁ ଡାକି ସଭାରେ ମଞ୍ଚାସିନ କରାଇବା ଉଚିତ ନାହିଁ ବୋଲି , ହିଞ୍ଜିଳି କଂଗ୍ରେସ ତରଫରୁ କ୍ଷୋଭ ପ୍ରକାଶ କରାଯାଇଛି। ଆଗକୁ ଏପରି ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟକ୍ରମ ହେଲେ ହିଞ୍ଜିଳି କଂଗ୍ରେସ ଏହାକୁ ବିରୋଧ କରିବା ସହ ରାଜା ରାସ୍ତାକୁ ଓଲ୍ହାଇବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ଚେତାଇ ଦେଇଛନ୍ତି। ତତ୍ ସହ ଏକ ଆବେଦନ ପତ୍ର ମାଧ୍ୟମରେ ଘଟଣାର ପୁଙ୍ଖାନୁପୁଙ୍ଖ ବିଷୟକୁ ଆଲୋଚନା କରି ପ୍ରଶାସନକୁ ଭୂଲ ନହେବା ପାଇଁ ଚେଷ୍ଟିତ ହେବେ ବୋଲି ଅନୁରୋଧ କରିଛନ୍ତି। ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା କୃଷକ ଆବାହକ ରାମ ନାରାୟଣ ବିଶ୍ୱାସରାଏ , କୃଷ୍ଣ ଭୋଳ, ଉପେନ୍ଦ୍ର ଗୌଡ଼, ନିଳାଞ୍ଚଳ ପାଣିଗ୍ରାହୀ , ଦୀନବନ୍ଧୁ ସାବତ ,ପି ଡମ୍ବୁରୁ , ଭଗବାନ ପଣ୍ଡା , ଲକ୍ଷ୍ମୀ ନାହାକ , ଗୋବିନ୍ଦ ନାହାକ, ବନମାଳୀ ସାହୁ ,ଜୁର ମହାନ୍ତି ପ୍ରମୁଖ ଉପସ୍ଥିତ ରହିବା ସହ ହିଞ୍ଜିଳି ପୌରପରିଷଦ ନିର୍ଵାହି ଅଧିକାରୀଙ୍କ ଜରିଆରେ ଏହି କ୍ଷୋଭ ପତ୍ର ପ୍ରଦାନ କରାଯାଇଥିଲା।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.