ଜଗନ୍ନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭଦେଲେ ବିଧାୟକ ।

0 278

ମାଲକାନଗିରି,୦୩/୦୯(ପିପିଟି): କୁଡୁମୁଲୁଗୁମ୍ମା ନିକଟସ୍ଥ ପରକନମାଳା ଗ୍ରାମ ପଞ୍ଚାୟତର ସିରିପେଟା ସ୍ଥିତ ଦୟଣା କ୍ଷେତ୍ର ନାମରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଦେଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା । ସିରିପେଟା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଭାପତି ସହଦେବ ଶିଶାଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ ରକ୍ଷା କରି ବିଧାୟକ ଶ୍ରୀ ବାକା ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯଥା- ମନ୍ଦିର ପ୍ରାଙ୍ଗଣରେ ପାହାଚ ନିର୍ମାଣ, ପୋଖରୀ ଖନନ,ବଗିଚା ନିର୍ମାଣ ଭଳି କାର୍ଯ୍ୟକୁ ଯଥା ଶୀଘ୍ର ତ୍ବରାନ୍ବିତ କରିବାକୁ ମତ ପୋଷଣ କରିଛନ୍ତି । ଆଜିର ଏହି ଶୁଭ ଉଦଘାଟନୀ କାର୍ଯ୍ଯକ୍ରମରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ଖଇରପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାରଞ୍ଜନ ସାହୁ, ପରକନମାଳା ସରପଞ୍ଚ ମେନକାଶ୍ରୀ ଶିଶା, ସମାଜସେବୀ ସାଧୁ ହନ୍ତାଳ, କନିଷ୍ଠ ଯନ୍ତ୍ରୀ ଅନୀଲ ମାଝୀ,ଜିଆରଏସ୍ ଦେବେନ୍ଦ୍ର ଖେମୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ଦିର ଟ୍ରଷ୍ଟ କମିଟି ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଉନ୍ମୋଚନ ହେବାକୁ ଥିବା ଫଳକ ପାଖକୁ ନେଇଯାଇଥିଲେ ଓ ସେଠାରେ ଦୟଣା କ୍ଷେତ୍ରର ମୁଖ୍ୟ ପୂଜକ ବିଜୟ ପଣ୍ଡା ମନ୍ତ୍ରପାଠ କରିବା ସହ ଉଦ୍ଦିଷ୍ଟ ଫଳକକୁ ବିଧାୟକଙ୍କ କର କମଳରେ ଉନ୍ମୋଚନ କରିଥିଲେ । ଇତି ମଧ୍ୟରେ ବିଧାୟକ ଶ୍ରୀ ବାକା ମନ୍ଦିରର ଚତୁର୍ପାର୍ଶ୍ୱ ବୁଲି ଦେଖିବା ସହ, ଏହାର ପାଚେରୀ ନିର୍ମାଣ, ବୋରୱଲ୍ ଖନନ ଓ ଶୌଚାଳୟ ନିର୍ମାଣ ସମ୍ପର୍କରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ବିଡ଼ିଓଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ମନ୍ଦିର ଟ୍ରଷ୍ଟ ସଭାପତି ଶ୍ରୀ ଶିଶା ସମସ୍ତ ଅତିଥି ମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.