ଜଗନ୍ନାଥ ପ୍ରସାଦ ସେବା ସମବାୟ ରୁ ସାର ନେବା ପାଇଁ ପ୍ରବଳ ଭିଡ, କୋରନାର ସବୁ ନିୟମକୁ ଫୁ ।

0 296

ବେଲଗୁଣ୍ଠା,୧୬/୦୯(ପିପିଟି); ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ସେବା ସମବାୟରୁ ସାର ନେବା ପାଇଁ ଚାଷୀଙ୍କ ଅସମ୍ଭବ ଭିଡ଼ ଲାଗି ରହି ହଟଗୋଳ ସୃଷ୍ଟି ହୋଇଛି। ଏଠି ଲୋକମାନେ ଧାଡିରେ ଠିଆ ନହୋଇ ଠେଲା ପେଲା ହୋଇ ସାର ନେବାପାଇଁ ଅପେକ୍ଷା କରିଛନ୍ତି । ସାଧାରଣ ଦୂରତା କିମ୍ବା ମାସ୍କ ତ ଦୂରର କଥା ଲୋକମାନେ ଝଗଡ଼ା କରିବାକୁ ମଧ୍ୟ ପଛାଉ ନଥିଲେ । ଜିଲ୍ଲା ପ୍ରଶାସନର କରୋନା ପ୍ରତିହତ ପାଇଁ କରା ଯାଇଥିବା ପଞ୍ଚସୁତ୍ରୀ ନିୟମର ଖୋଲା ଖୋଲି ଉଲଘଂନ ହୋଇଛି। ଭିଡ ମଧ୍ୟ ରେ ଗୋଷ୍ଠି ସଂକ୍ରମଣ ହେଲେ ଏଥି ପାଇଁ କିଏ ଦାୟୀ ରହିବେ ? ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି । ଚାଷୀଙ୍କ ଆବଶ୍ୟକତା ଠୁ ବହୁତ କମ୍ ସାର ଆସିଥିବା ଯୋଗୁଁ ସାର ନେବା ପାଇଁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ ପାଈଁ କାହାର ଆନ୍ତରିକତା ନ ଥିବା ଯୋଗୁଁ ଚାଷୀ ମନେ ୩ ଦିନ ହେଲା ସାର ପାଇଁ ଯାଉଛନ୍ତି। ସାର ମିଳିବ କି ନାହିଁ ଠିକ୍ ନାହିଁ, ମାତ୍ର ଜଦି ଭିଡ ଭିତରେ କୋରନା ପଜିଟିଭ ରୋଗୀ ଥିବେ ଗୋଷ୍ଠୀ ସଂକ୍ରମଣ କରି ଦେବାର ବହୁତ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଶାସନ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହେଉଛି। ସମବାୟ ସମ୍ପାଦକଙ୍କ ମନମୁଖୀ ନିୟମ କରିଛନ୍ତି ଜେଉମାନେ ରୂଣ ନେଇଛନ୍ତି ସେମାନଙ୍କୁ ହିଁ ସାର ଦିଆଯିବ । ଏହି ନିୟମ କୁ ବିରୋଧ କରି ଚାଷୀ ଓ ସମବାୟ ସମିତିର ସମ୍ପାଦକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଗାମୀ ଦିନେରେ ରାଜ ରାସ୍ତାକୁ ଚାଷୀ ମାନେ ଓଲ୍ହାଇବେ ବୋଲି ନିଷ୍ପତି ନେଇଛନ୍ତି । (ରିପୋର୍ଟ – ଶିବରାମ ଚୌଧୁରୀ ।)

Leave A Reply

Your email address will not be published.