ଜଗନ୍ନାଥ ପ୍ରସାଦ ସି.ପି.ଆଇ ଆଞ୍ଚଳିକ ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ।

0 328

ଭଞ୍ଜନଗର,୦୬/୧୧(ପିପିଟି):ଶନିବାର ଭଞ୍ଜନଗର ହାଇସ୍କୁଲ ଛକ ନାୟକ ଭବନ ପରିସରରେ ଜଗନ୍ନାଥ ପ୍ରସାଦ ସି ପି. ଆଇ ଆଞ୍ଚଳିକ ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ସୁରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଓ କମ୍ୟୁନିଷ୍ଟ ନେତା ଆଇନଜୀବୀ ସୋମନାଥ ନାୟକ ଏଥିରେ ଯୋଗ ଦେଇଥିଲେ। ଶାଖା ସମ୍ପାଦକମାନଙ୍କ ଉପସ୍ଥିତିରେ ରୁଢାପଦାର, ଗାୟାଗଣ୍ଡା, ତାରସିଙ୍ଗି, କୋକଳବା, ଝାଡ଼ଭୂମି, ବୁଡୁରୁଙ୍ଗୁ, ଚଢିଆପଲ୍ଲୀ, କାଦୁଆ ଓ ପଞ୍ଚଭୂତି ଗ୍ରାମ ପଞ୍ଚାୟତ ମାନଙ୍କରେ ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ ସମିତି ସଭ୍ୟ ପର୍ଯ୍ୟନ୍ତ ପ୍ରାର୍ଥୀ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଆବଶ୍ୟକ ସ୍ଥଳେ ଅନ୍ୟ ବାମପନ୍ଥୀ ଦଳଙ୍କ ସହ ମେଣ୍ଟ କରାଯିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବସାଥୀ ମାଙ୍କୁ ନାୟକ, ପବିତ୍ର ନାୟକ, ବାଳକୃଷ୍ଣ ନାୟକ, ଅଭିମନ୍ୟୁ ନାୟକ, ଜଳନ୍ଧର ନାୟକ, ବାଳିନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବୈଠକ ଶେଷରେ ଆଞ୍ଚଳିକ ସମ୍ପାଦକ ବିପ୍ର ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.