ଜଗନ୍ନାଥ ପ୍ରସାଦ ଅଧ୍ୟକ୍ଷା ପଦ ହାତେଇଲେ ଜୟଶ୍ରୀ ସାହୁ 

0 452

ଜଗନ୍ନାଥ ପ୍ରସାଦ,୧୪/୦୩(ପିପିଟି): ଜଗନ୍ନାଥ ପ୍ରସାଦ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକରେ ୧୨ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ପୂର୍ଵ ନିର୍ଦ୍ଧାରିତ କାର୍ଯ୍ଯସୂଚୀ ଅନୁଯାଇ ଏହି ବ୍ଲକରେ ଥିବା ୨୫ ଗୋଟି ପଞ୍ଚାୟତର ପାର୍ଥିମାନେ ଦିନ ୧୦.୩୦ ସୁଦ୍ଧା ବ୍ଲକ ପରିସରରେ ପ୍ରବେଶ କରିଥିଲେ । ବିଜେଡି, ବିଜେପି ସାମର୍ଥନରେ ଜିତିଥିବା ସମିତି ସଭ୍ୟ ମାନଙ୍କ ମଧ୍ୟରୁ ବିଜେଡି ସମର୍ଥିତ ବରଗାଁ ପଞ୍ଚାୟତରୁ ନିର୍ବାଚିତ ଜୟଶ୍ରୀ ସାହୁ ଓ ବିଜେପି ସମର୍ଥିତ ଗେରେଡା ପଞ୍ଚାୟତରୁ ସୁସ୍ମିତା ସାହୁ ବ୍ଲକ ଅଧ୍ୟକ୍ଷା ପଦପାଇଁ ପାର୍ଥୀପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ଏଠାରେ ଅବସ୍ଥାପିତ ବୁଗୁଡ଼ା ବ୍ଲକ ବିଡ଼ିଓ ତନ୍ମୟା ପାତ୍ରଙ୍କ ଦ୍ୱାରା ଯାଞ୍ଚ ପରେ ଦୁହିଁଙ୍କ ପାର୍ଥୀପାତ୍ର କାୟମ ରହିଥିଲା । ପରେ ଅପରାହ୍ନ ୨ଟା ବେଳେ ଭୋଟିଙ୍ଗ କରାଯାଇ ୩ ଟା ସମୟରେ ଫଳାଫଳ ଘୋଷଣା କରାଯାଇଥିଲା । ଘୋଷଣା ପରେ ଜଣାପଡିଲାଯେ ଜୟଶ୍ରୀ ସାହୁ ୨୫ ଗୋଟି ଭୋଟ ମଧ୍ୟରୁ ୨୦ ଗୋଟି ଭୋଟ ପାଇଥିବା ବେଳେ ସୁସ୍ମିତା ସାହୁ ମାତ୍ର ୪ ଗୋଟି ଭୋଟ ପାଇଛନ୍ତି ଏବଂ ଗୋଟିଏ ଭୋଟ ନାକଚ ହୋଇ ଥିବା ଗଣନା ପରେ ଜଣାପଡିଥିଲା । ତେଣୁ ବିଜେଡି ସମର୍ଥିତ ଜୟଶ୍ରୀ ସାହୁ ବହୁ ଭୋଟ ବ୍ୟବଧାନରେ ବ୍ଲକ ଅଧକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଏହା ଜାଣିବା ପାଇଁ ବ୍ଲକ ପରିସରରେ ତାଙ୍କ ସମର୍ଥକଙ୍କ ଆଶାତୀତ ଗହଳି ଦେଖିବାକୁ ମିଳିଥିଲା । ଫଳାଫଳ ଘୋଷଣା ପରେ ଜୟଶ୍ରୀଙ୍କୁ ନିଜେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅଭିନନ୍ଦନ ଜଣାଇଥିଲେ । ପରେ ଏକ ଖୋଲା ଜୀପ ରେ ତାଙ୍କ ସ୍ୱାମୀ ତଥା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ହିମଂଶୁ ଶେଖର ବାରିକ, ବରଗାଁ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଉମାଶଙ୍କର ବାରିକ,ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନଙ୍କୁ ସାଥିରେ ନେଇ ସମର୍ଥକଙ୍କ ଗହଣରେ ଏକ ବିରାଟ ପଟୁଆରରେ ଜଗନ୍ନାଥ ପ୍ରସାଦ ଗ୍ରାମ ପରିକ୍ରମା କରି ନିଜ ଗ୍ରାମ ଅଭିମୁଖେ ଯାଇଥିଲେ । ଏଠାରେ ପ୍ରକାଶ ଯେ ପୂର୍ବରୁ ବ୍ଲକ ଅଧକ୍ଷା ଭାବେ ତାଙ୍କ ଶାଶୁ ସନ୍ତୋଷିନୀ ବାରିକ ନିର୍ବାଚିତ ହୋଇ ତାଙ୍କ କାର୍ଯ୍ୟକାଳ ଶେଷ କରିଥିବା ବେଳେ ଜୟଶ୍ରୀଙ୍କ ସ୍ୱାମୀ ହିମାଂଶୁ ଶେଖର ବାରିକ ମଧ୍ୟ ବ୍ଲକଉପାଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ରାଜନୀତିରେ ଅଭଜ୍ଞତା ଥିବା ପରିବାରରୁ ଆସିଥିବା ଜୟଶ୍ରୀଙ୍କ ଉପରେ ପୁଣି ବ୍ଲକ ଦାଇତ୍ୱ ଅର୍ପଣ କରିଥବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ସହ ଅଜସ୍ର ଶୁଭେଚ୍ଛାର ସୁଅ ଛୁଟିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.