ଜଗନ୍ନାଥପ୍ରସାଦ ୧୨ ଘଣ୍ଟିଆ ବନ୍ଦ।

0 250

ବେଲଗୁଣ୍ଠା ,୧୦/୦୭(ପିପିଟି):ଘୁମୁସର ଜିଲ୍ଲା ଦାବିରେ ଜଗନ୍ନାଥପ୍ରସାଦ ବ୍ଲକରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହି ଡାକରା ଦେଇଛି ଘୁମୁସର ମିଳିତ କ୍ରିୟାନୁଷ୍ଠାନ କମିଟି ।ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।ଜନସାଧାରଣ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଘୁମୁସର ମିଳିତ କ୍ରିୟନୁଷ୍ଠାନ କମିଟିର ସହଯୋଗରେ ବିଭିନ୍ନ ସାମାଜିକ ସଙ୍ଗଠନ, ବିଜେପି, କଂଗ୍ରେସ ର ସଦସ୍ୟ ମାନେ ରାଜରାସ୍ତାକୁ ଓହ୍ଲାଇ ସମର୍ଥନ ଜଣାଇଛନ୍ତି। ଅଞ୍ଚଳରେ ଜରୁରିସେବା ନିୟମିତ ଥିବା ବେଳେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ସବୁ କିଛି ବନ୍ଦ୍ ରହିଛି । ରାସ୍ତା ଘାଟ ଶୁନଶାନ୍ ରହିଛି । ପର୍ଯ୍ୟାୟ କ୍ରମେ ଭଞ୍ଜନଗର , ସୋରଡା , ପରେ ଏବେ ଜଗନ୍ନାଥପ୍ରସାଦ ରେ ବନ୍ଦ ଡାକରା ଦିଆ ଯାଇଛି ଅଞ୍ଚଳବାସୀଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଘୁମୁସର ଜିଲା ପାଇଁ ସମସ୍ତ ଭିତ୍ତି ଭୂମି ରହିଛି । ଭଞ୍ଜନଗର ସବଡିଭିଜନ ରେ ଆଠଟି ବ୍ଲକ ଆସିକା, ବେଲଗୁଣ୍ଠା, ବୁଗୁଡା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଧରାକୋଟ, ସୋରଡ଼ା ,ଶେରଗଡ଼ ସମସ୍ତ ବ୍ଲକ ହେଡକ୍ବାର୍ଟର ଠାରୁ ୬୦ ରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ । ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି । ସରକାରଙ୍କ ବୈମାତୃକ ମନୋଭାବ କାରଣରୁ ଘୁମୁସର ଜିଲା ପ୍ରତି ସରକାର ଆଗ୍ରହ ଦେଖାଉନଥିବା କୁହାଯାଇଛି । ଆଗାମୀ ଦିନରେ ଏହି ଦାବି ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି। ଏଥିରେ ଅଞ୍ଚଳର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି । ସୋମନାଥ ନାୟକ ପ୍ରକାଶ ଚନ୍ଦ୍ର ସାହୁ , ପ୍ରଶାନ୍ତ ବିଷୋୟୀ , ଶ୍ରଦ୍ଧା ଷଡ଼ଙ୍ଗୀ ଶକ୍ତି ବାହିନୀ,ସମ୍ପାଦିକା ଙ୍କ ସମେତ ଅନେକ ଅଂଶ ଗ୍ରହଣ କରି ବନ୍ଦ କୁ ସଫଳ କରିଛନ୍ତି ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.