ବେଲଗୁଣ୍ଠା,୦୫/୧୦(ପିପିଟି): ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ସକାଳୁ ଏକ ବିରଳ ଶିଶୁ ପୁତ୍ର ଜନ୍ମ ଗ୍ରହଣ କରିଛି । ଶିଶୁଟି ଖାଦ୍ୟ ଖାଉଥିବା ଓ କାନ୍ଦୁ ଥିଲେ ମଧ୍ୟ୍ୟ ଶିଶୁ ଟିର ସମ୍ପୂର୍ଣ ଶରୀର ଫାଟି ଯିବା ସହ ଶିଶୁଟିର ଆଖି ଦେଖିବାକୁ ଏକ ରକ୍ତ ମାଂସ ପିଣ୍ଡୁଳା ପରି ହୋଇଛି । ଡାକ୍ତର ଶ୍ରୀତମ ସୌରତ ସାହୁଙ୍କ କହିବା ଅନୁଯାଇ ଏମିତି ଶିଶୁ ଜନ୍ମ ହେବା ଏକ ବିରଳ । ଏହି ପରି ଶିଶୁ ଜନ୍ମ ହେବାର କାରଣ ପ୍ରାୟତଃ ବଂଶଗତ ଶୂକ୍ରାଣୁ ସମସ୍ୟା କାରଣରୁ ଏହିପରି ଶିଶୁ ଜନ୍ମ ହେଇଥାନ୍ତି । ଏହିପରି ଶିଶୁ ଅଧିକ ଦିନ ବଞ୍ଚି ନଥାନ୍ତି । ଶିଶୁ ଟିର ମାତାଙ୍କ ବାପା ଘର ଛାମୁଣ୍ଡା ଗ୍ରାମ ବୋଲି ସୂଚନା ମିଳିଛି ।ପିଲାଟିକୁ ବ୍ରହ୍ମପୁର ପଠାଇ ଦିଆଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)