ଜଗତା ନାଳରେ ଭାସିଗଲା ନାବାଳକ; ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ।

0 260

କୋଦଳା,୦୫/୧୨(ପିପିଟି): ଦୁଇଦିନ ଧରି ଲଗାଣ ବର୍ଷାରେ ସାନ ଉସ୍ତାପଡ଼ା ପଞ୍ଚାୟତ କେ ରାଣୀପଡ଼ା ନିକଟସ୍ଥ ଜଗତା ନାଳରେ ଯାଉଥିବା ବଢି ପାଣିରେ ଭାସିଗଲା ୧୫ ବର୍ଷର ନାବାଳକ ଆକାଶ ନାହାକ। ସୂଚନା ପ୍ରକାରେ କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତାପଡା ପଞ୍ଚାୟତ କେ ରାଣୀପଡା ଗ୍ରାମର ଟିଟୁ ନାହାକଙ୍କ ପୁଅ ଆକାଶ ତାଙ୍କ ସାଙ୍ଗ ସହିତ ନିକଟସ୍ଥ ଜଗତା ନାଳକୁ ପ୍ରତିଦିନ ଭଳି ଗାଧୋଇବାକୁ ଯାଇଥିଲେ।
ଆଜି ପ୍ରବଳ ସୁଅ ଆସୁଥିବା ବେଳେ ପାଣି ସୁଅରେ ସେ ଭାସି ଚାଲିଯାଇଥିଲେ।ଖବର ପାଇ ସେଠାରେ ଲୋକ ରୁଣ୍ଡ ହୋଇ ବହୁ ଖୋଜାଖୋଜି କରିବା ପରେ ଆକାଶ କୁ ପାଇନଥିଲେ। ଘଟଣା ସ୍ଥଳରେ କୋଦଳା ଦମକଳ ବାହିନୀ ପହଞ୍ଚି ଖୋଜିବା ପାଇଁ ଚେଷ୍ଟା ଜାରି ରଖିଛି। ପୁଲିସ ଓ ତହସିଲ ପ୍ରଶାସନ ଉପସ୍ଥିତ ଅଛନ୍ତି ,ସନ୍ଧ୍ୟାସୁଦ୍ଧା ଆକାଶ ଉଦ୍ଧାର ହୋଇପାରି ନଥିବା ଜଣାଅପଡ଼ିଛି ।

(ରିପୋର୍ଟ- ସୂର୍ଯ୍ଯ ନାରାୟଣ ବଡୁ। )

Leave A Reply

Your email address will not be published.