ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ୧୯୯୦ ମସିହା ପୁରାତନ ବ୍ୟାଚର ବଂଧୁମିଳନ ।

0 328

ଜଗତସିଂହପୁର,୦୨/୦୨(ପିପିଟି); ଜିଲ୍ଲାର ପ୍ରମୁଖ ଓ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ନ ଏକାଡେମୀ ୧୯୯୦ ମସିହା ବ୍ୟାଚର ପୁରାତନ ବଂଧୁମିଳନ ସ୍ଥାନୀୟ ନବକୃଷ୍ଣ ଷ୍ଟାଡିୟମ ପାଖ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଏହି ବ୍ୟାଚର ବିଦଙ୍ଗତ ଛାତ୍ର ସ୍ବର୍ଗତ ନବକିଶୋର ମହାପାତ୍ର(ସାଲୁଆନା)ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କୋଭିଡ ଯୋଗୁ ଦୁରେଇ ଯାଇଥିବା ସମସ୍ତ ବନ୍ଧୁମାନେ ଏ ବର୍ଷ ବହୁ ଦୂରଦୂରାନ୍ତରୁ ଆସି ପରସ୍ପରକୁ ଦେଖି ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦରେ ଭାବବିହ୍ଵଳ ହୋଇ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇଥିଲେ ଓ ସମସ୍ତଙ୍କର ଦୀର୍ଘଜୀବନ କାମନା କରିଥିଲେ । ଏହି ବଂଧୁମିଳନର ଆୟୋଜନ ଆଲାମଗିରି ଖାଁ ଓ ପରମାନନ୍ଦ ମାଣିଆ କରିଥିଲେ । ଏହି ବଂଧୁମିଳନ ଅବସରରେ ଉକ୍ତ ବ୍ୟାଚର ଛାତ୍ର ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ , ସ୍ଥାନୀୟ କାଉନସିଲର ସୁବାସ ଚନ୍ଦ୍ର ସାହୁ , ବିଶିଷ୍ଟ ସମାଜସେବୀ ବିଜୟ କୁମାର ରାଉତ,ପ୍ରଦୀପ୍ତ କୁମାର ମହାନ୍ତି ,ତାରେଣି ଜେନା,ଯୁବ ଆଇନଜୀବୀ ଜ୍ୟୋତି ମହାପାତ୍ର , ରୁଦ୍ରନାରାୟଣ ନାୟକ, ପ୍ରତାପ ଦାସ, ବିରେନ୍ଦ୍ର ସିଂହ,ଦୁଷ୍ମନ୍ତ ବାରିକ, ରମେଶ ମହାପାତ୍ର, ଶୁଭେନ୍ଦୁ ଖଟୁଆ ପ୍ରମୁଖ ୫୦ ଜଣରୁ ଉର୍ଦ୍ଧ୍ଵ ପ୍ରାକ୍ତନ ଛାତ୍ର ଯୋଗ ଦେଇଥିଲେ ।ଆଗାମୀ ବର୍ଷ ପାଇଁ ଏକ ପ୍ରତିଜ୍ଞାପତ୍ର ସ୍ୱାକ୍ଷର କରାଯାଇ ପ୍ରତ୍ୟେକ ବର୍ଷ ଏହିଭଳି ବଂଧୁମିଳନ ଆୟୋଜନରେ ଯୋଗଦେବା ଓ ସମସ୍ତେ ନିଜ ନିଜର ପିଲାମାନଙ୍କୁ ସରକାରୀ ସ୍କୁଲ ଓ କଲେଜମାନଙ୍କରେ ଶିକ୍ଷାଦାନ ପାଇଁ ଶପଥ ନେଇ ଉକ୍ତ ପ୍ରତିଜ୍ଞା ପତ୍ରରେ ସ୍ୱାକ୍ଷର କରିଥିଲେ ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.