ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ବାଲିକୁଦାରେ ମାସ୍କ ଓ ସାନିଟାଇଜର ବଣ୍ଟନ ।

0 266

ଜଗତସିଂହପୁର,୧୬/୦୫(ପିପିଟି): ଆଜି ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ବାଲିକୁଦା ବ୍ଲକ ମୁଳୁଗାଁ ପଞ୍ଚାୟତର କରମଙ୍ଗ ଯେନାସାହି ବସ୍ତିରେ ମାସ୍କ ଓ ସାନିଟାଇଜର ବଣ୍ଟନ ସହ କରୋନା ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିକୁଦା ସାଂସଦ ପ୍ରତିନିଧି ମାନସ ରଞ୍ଜନ ପଟ୍ଟନାୟକ, ବାଲିକୁଦାର ପୂର୍ବତନ ସରପଞ୍ଚ ଗୌରାଙ୍ଗ ଚରଣ ଦାସ, ବାଲିକୁଦା ଆତ୍ମାର ଅଧ୍ୟକ୍ଷ ଜଟାଧାରୀ ଦାସ,ଶିକ୍ଷକ ନେତା ଅରୁଣ ମହାରଣା, ସମାଜସେବୀ ରାକେଶ ମହାପାତ୍ର, ମୂଲୁଗାଁ ପଂଚାୟତ ବିଜେଡି ସଭାପତି ଭାସ୍କର ପରିଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମାସ୍କ ଓ ସାନିଟାଇଜର ବଣ୍ଟନ କରି ଲୋକମାନଙ୍କୁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶୁଭଙ୍କର ଜେନାଙ୍କ ସମେତ ଉପସଭାପତି ତପନ ରାଉତରାୟ , ସହସମ୍ପାଦକ ପ୍ରତାପ କୁମାର ସିଂହ ,ସଂଗ୍ରାମ ପଟ୍ଟନାୟକ, ପ୍ରଶାନ୍ତ ମଲ୍ଲିକ, ବାସୁଦେବ ବେହେରା, ବାଲିକୁଦା ବ୍ଲକ ସାମ୍ବାଦିକ ୟୁନିଅନ ସଭାପତି ପିଣ୍ଟୁ ମୁଦୁଲି ,ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ,ସଂଗଠନ ସମ୍ପାଦକ ଅଶୋକ କୁମାର ରାୟ, ସୁରେଶ ଲେଙ୍କା ,ତିର୍ତ୍ତଲ ବ୍ଲକ ସାମ୍ବାଦିକ ୟୁନିଅନର ଉପଦେଷ୍ଟା ଶ୍ରୀବର୍ତ୍ସ ପାଢ଼ୀ ଓ କୋଷାଧ୍ୟକ୍ଷ ମିହିର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଓ ଆଗାମୀ ଦିନରେ ଏହି କରୋନା ସଚେତନତା ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯିବ ବୋଲି ୟୁନିଅନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.