ଜଗତସିଂହପୁର,ତା:୧୨/୦୫(ପିପିଟି); ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନ(ଜେ.ଡ଼ି.ୟୁ.ଜେ) ପକ୍ଷରୁ ଜଗତସିଂହପୁର ସଦର ମହକୁମା ଚର୍ଚ୍ଚିକା ବଜାରସ୍ଥିତ ଆଦିବାସୀ ବସ୍ତିରେ ସେମାନଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ସାମ୍ବାଦିକ ମାନଙ୍କ ପକ୍ଷରୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଏସ.ଡ଼ି.ପି.ଓ ପ୍ରିୟରଞ୍ଜନ ଶତପଥୀ, ଜିଲ୍ଳା ଓକିଲ ସଂଘର ସମ୍ପାଦକ ନରେଶ ଦାସ ଅତିଥି ଭାବେ ଯୋଗ ଦେଇ ବସ୍ତିରେ ମାସ୍କ ଓ ସାନିଟାଇଜର ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଳା ସଭାପତି ଶୁଭଙ୍କର ଜେନାଙ୍କ ସମେତ ଉପସଭାପତି ତପନ ରାଉତରାୟ , ଉପଦେଷ୍ଟା ଦୀପକ ମହାନ୍ତି, କୋଷାଧ୍ୟକ୍ଷ ମାନସ ରଞ୍ଜନ ସ୍ୱାଇଁ, ସହସମ୍ପାଦକ ତାରାପଦ ମହାନ୍ତି, ଜ୍ୟୋତି ପ୍ରକାଶ ନାୟକ, ସଂଗ୍ରାମ ପଟ୍ଟନାୟକ, ପ୍ରତାପ କୁମାର ସିଂହ, ବାସୁଦେବ ବେହେରା, ବାଲିକୁଦା ସାମ୍ବାଦିକ ସଂଘର ସଭାପତି ପିଣ୍ଟୁ ମୁଦୁଲି, ସଙ୍ଗଠନ ସମ୍ପାଦକ ଅଶୋକ କୁମାର ରାୟ , ତିର୍ତ୍ତୋଲ ସାମ୍ବାଦିକ ସଂଘର ଉପଦେଷ୍ଟା ଶ୍ରୀବତ୍ସ ପାଢ଼ୀ, କୋଷାଧ୍ୟକ୍ଷ ମିହିର ନାୟକ, ନାଉଗାଁ ସାମ୍ବାଦିକ ସଂଘର ସଭାପତି ବୈଷ୍ଣବ ଚରଣ ରାଉଳ ପ୍ରମୁଖ ଯୋଗଦେଇ ବସ୍ତିରେ ଲୋକମାନଙ୍କୁ ସଚେତନ କରାଇବା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ, ଓ ଆଗାମୀ ଦିନରେ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବସ୍ତି ଅଞ୍ଚଳର ଲୋକଙ୍କୁ ସଚେତନତା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ ବୋଲି ୟୁନିୟନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
(ରିପୋର୍ଟ- ପ୍ରତାପ କୁମାର ସିଂହ। )