ଜଗତସିଂହପୁର ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ।

0 421

ଜଗତସିଂହପୁର,୦୪/୦୯(ପିପିଟି); ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଗତସିଂହପୁର ଜିଲ୍ଲା ପିସି.ପି.ଏନ୍. ଡି.ଟି ପରାମର୍ଶଦାତା କମିଟିର ଏକ ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ସମୀକ୍ଷା କରାଯାଇଥିଲା। ୫ ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ନବୀକରଣ କରାଯିବା ପାଇଁ ଅନୁମତି ଦିଆଯାଇଥିଲା। ସରକାରଙ୍କ ତରଫରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଲଟ୍ରାସାଉଣ୍ଡ କ୍ଲିନିକ୍ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ଇନିସ୍ପେକ୍ସନ୍ ରିପୋର୍ଟକୁ ସମୀକ୍ଷା କରିଥିଲେ ଏବଂ ଏହାକୁ କଡାକଡି ଭାବରେ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଭୃଣହତ୍ୟା ଏକ ଗୁରୁତର ବିଷୟ ହୋଇଥିବାରୁ ଏବଂ ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ଏଥିରେ ବିଶେଷ ଭୂମିକା ରହୁଥିବାରୁ ଏହି ସେଣ୍ଟର ଗୁଡିକର ଠିକ୍ ଭାବରେ ଅନୁଧ୍ୟାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସଭାରେ ସି.ଡି.ଏମ୍.ଓ ଡଃ ବିଜୟା ପଣ୍ଡା ,ଏ.ଡି.ପି.ଏଚ୍.ଓ (ପରିବାର କଲ୍ୟାଣ)ଡଃ ପ୍ରମୋଦ କୁମାର ବାରିକ ,ଡି.ପି.ଏମ୍ ଚକ୍ରଧର ଜେନା, ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରୁକ୍ମିଣୀ ଦେବୀ, ସରକାରୀ ଓକିଲ ସଲିଲ କୁମାର ଘୋଷ, ସମାଜସେବୀକା ଜ୍ୟୋତିର୍ମୟୀ ମହାନ୍ତି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆଶ୍ରା”ର ପ୍ରତିନିଧି ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ବରିଷ୍ଠ ସହାୟକ ବିନୋଦ କୁମାର ରଥ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପିସି.ପି.ଏନ୍.ଡି.ଟି ର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ବସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ରିପୋର୍ଟ – ପ୍ରତାପ କୁମାର ସିଂହ ।

Leave A Reply

Your email address will not be published.