ଜଗତସିଂହପୁର,୨୬/୧୧(ପିପିଟି); ବିଜେପି ସମର୍ଥିତ ଭାରତୀୟ ମଜଦୁର ସଂଘ(BMS) କୁ ଛାଡି ଵାକି ୧୦ ଟି କେନ୍ଦ୍ରୀୟ ୟୁନିଅନ ଭାରତୀୟ ନ୍ୟାସନାଲ ଟ୍ରେଡ ୟୁନିଅନ କଂଗ୍ରେସ (INTUC), ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (AITUC), ହିନ୍ଦ ମଜଦୁର ସଭା (HMS), ଇଣ୍ଡିଆନ ଟ୍ରେଡ ୟୁନିଅନ (CITU), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (AIUTUC), ବାଣିଜ୍ୟ ଅନ୍ତର୍ଭୁକ୍ତ ୟୁନିଅନ୍ ସମନ୍ୱୟ କେନ୍ଦ୍ର (TUCC) ଏବଂ ସ୍ଵୟଂ ନିଯୁକ୍ତ ମହିଳା ସଙ୍ଗଠନ (SEWA) ,ଅଲ ଇଣ୍ଡିଆ ସେଣ୍ଟ୍ରାଲ୍ କାଉନସିଲ୍ ଅଫ୍ ଟ୍ରେଡ ୟୁନିଅନ୍ସ (AICCTU), ଲେବର ପ୍ରଗତିଶୀଳ ଫେଡେରେସନ୍ (LPF) ଏବଂ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (UTUC) ତରଫରୁ ଘୋଷଣା କରାଯାଇଥିଵା ସର୍ବଭାରତୀୟ ଧର୍ମଘଟ କୁ ଅଖିଳ ଭାରତ କୃଷକ ସଭା(AIKS), ଏଆଇଏସ୍ଏଫ୍,ଏଆଇଓ୍ଵାଇଏଫ୍, କମ୍ୟୁନିଷ୍ଟ ପାର୍ଟି,ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ମଧ୍ୟ ସମର୍ଥନ ମିଳିଥିବାର ଦୃଶ୍ୟ ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ଦେଖିବାକୁ ମିଳିଛି । ବିଭିନ୍ନ ଟ୍ରେଡ୍ ୟୁନିଅନ ତଥା ରାଜନୈତିକ ଦଳର କର୍ମୀ ମାନେ ସହରର ତିନି ପାର୍ଶ୍ଵରୁ ରାଲି ବାହାର କରି ବଜାର ପରିକ୍ରମା କରି ସହରର ପୌରପାଳିକା ଅଫିସ୍ ସମ୍ମୁଖ ଛକ ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥରେ ମିଳିତ ହୋଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ,କୃଷକ, ଅଭିଭାବକ, ଛାତ୍ର ଛାତ୍ରୀ, ଖାଉଟି ଓ ସର୍ବ ସାଧାରଣ ବିରୋଧୀ ନୀତିକୁ ବିଭିନ୍ନ ଟ୍ରେଡ୍ ୟୁନିଅନ ନେତା ସୋମନାଥ ଗିରି,ଲୋଭାକାନ୍ତ ସ୍ଵାଇଁ, ସୁଶାନ୍ତ ବେହେରା,ପ୍ରଦୀପ୍ତ ରାମ ତଥା ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ପ୍ରମୁଖ ସମାଲୋଚନା କରିଥିଲେ । ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ଜନସାଧାରଣଙ୍କ ଯାତାୟାତ ରେ ବାଧା ସୃଷ୍ଟି ନକରି କୋଭିଡ୍ ନିୟମ ପାଳନ କରି ଧର୍ମଘଟରେ ସାମିଲ ହୋଇଥିଵାରୁ ସମସ୍ତ ସଂଗଠନ, ସାଧାରଣ ଜନତା, ଛାତ୍ରଛାତ୍ରୀ, ବ୍ୟବସାୟୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)