ଜଗତସିଂହପୁରରେ ବୃନ୍ଦାବନ କିଟ, କିସ ପକ୍ଷରୁ କନ୍ୟା କିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 351

ଜଗତସିଂହପୁର,୨୫/୦୧(ପିପିଟି); ଜଗତସିଂହପୁର ମାର୍କଣ୍ଡପୁର ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ କନ୍ୟା କିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଜ଼ିଲ୍ଲା ସ୍ତରୀୟ କନ୍ୟା କିରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ୍ତ ପ୍ରଜ୍ଵଲନ କରି ମା ସାରଳା ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ। ଜ଼ିଲ୍ଲା ସ୍ତରୀୟ କନ୍ୟା କିରଣ କାର୍ଯ୍ୟକ୍ରମର ସଂଯୋଜକ ବରିଷ୍ଟ ସମାଜସେବୀ ତଥା ସାମ୍ବାଦିକ ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଧି ଭାବେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ରଘୁନାଥପୁର ବ୍ଲକ ଅଧକ୍ଷା ସ୍ବପ୍ନ ସରିତା ବଳ, ସମାଜସେବୀ ମାଳା ପ୍ରଧାନ, ଆଇନୀଜୀବୀ ଦୋଳଗୋବିନ୍ଦ ଦାଶ,କିଟ, କିସର କ୍ରୀଡା ନିର୍ଦେଶକ ଗଗନେଦୁ ଦାଶ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଆଶିଷ ଚକ୍ରବତୀ ଅତିଧି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମଞ୍ଚାସିନ ସମସ୍ତ ଅତିଥିଙ୍କୁ କିଟ, କିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମାଜସେବୀ ମାଳା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବହୁ ସଂଖ୍ୟାରେ ଯୋଗଦେଇଥିଲେ।

Leave A Reply

Your email address will not be published.