ବ୍ରହ୍ମପୁର, ୧୭/୧୦(ପିପିଟି): ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ନୂଆଗଡ ଠାରେ ଗୁରୁବାର ଦିନ ଦୁଇ ଜଣଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇ ଜଣଙ୍କ ଛୁରା ମାଡରେ ଅନ୍ଯଜଣ ଗୁରୁତର ହୋଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡିଛି ନୂଆଗଡର ମୋହନ ପଟ୍ଟନାୟକ ଓ ସୁବ୍ରତ ସ୍ବାଇଁଙ୍କ ମଧ୍ଯରେ କୌଣସି ଏକ କାରଣକୁ ନେଇ ଯୁକ୍ତିତର୍କ ଓ ଗାଳିଗୁଲଜ ହୋଇଥିଲା। ପରେ ଉତ୍ତକ୍ଷିପ୍ତ ହୋଇ ସୁବ୍ରତ ଏକ ଧାରୁଆ ଛୁରିରେ ମୋହନଙ୍କୁ ଆକ୍ରମଣ କରିଥିଲା। ଆହାତ ମୋହନଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ସ୍ବାସ୍ଥ୍ଯ କେନ୍ଦ୍ରରେ ଆଶୁ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହିଞ୍ଜିଳି ଥାନାରେ କେସ୍ ନମ୍ବର ୫୪୪/୨୧ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ନେଇ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।