ଛାତ୍ରୀ ଆତ୍ମା ସୁରକ୍ଷା ତାଲିମ ଶିବିର ଉଦଯାପିତ ।

0 266

ଉଲୁଣ୍ଡା,୧୩/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ବାଉଁଶୁଣି ଶ୍ରୀ ଜଗନ୍ନାଥ କନିଷ୍ଠ ମହାବିଦ୍ୟାଳୟ ରେ ଦୀର୍ଘ ୮ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି ।କଲେଜ ଅଧ୍ଯକ୍ଷ ବନ ବିହାରୀ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଟିତ ଉଦଯାପନୀ ଶିବିରରେ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଅଧ୍ଯକ୍ଷା ରେଖା ପ୍ରଧାନ ମୁଖ୍ଯଅତିଥି ଓ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ଯକ୍ଷ ଡ.ଧୀରେନ୍ଦ୍ର କୁମାର ନାୟକ ମୁଖ୍ଯବକ୍ତା ଏବଂ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ କନିଷ୍ଠ ମହାବିଦ୍ୟାଳୟର ଆତ୍ମ ସୁରକ୍ଷା ତାଲିମ ଶିବିରର ଜିଲ୍ଲା ସ୍ତରୀୟ ସଂଯୋଜକ ମଧୂସୂଦନ ପୂଜାରୀ ଓ ବିନିକା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନିର୍ମଳ ଷାଣ୍ଡ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ମୋଟ ୪୨ଜଣ ଛାତ୍ରୀଙ୍କୁ ମହାବିଦ୍ୟାଳୟ ଖେଳ ଶିକ୍ଷକ ଶାନ୍ତନୁ ସାହୁ ଆତ୍ମ ସୁରକ୍ଷା ତାଲିମ ଶିବିର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶିବିରରେ ମାଷ୍ଟର ଟ୍ରେନର ଭାବରେ ସାବିତ୍ରୀ ସାହୁ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ ଓ ଅଧ୍ୟକ୍ଷା ରେଖା ପ୍ରଧାନଙ୍କୁ କଲେଜ ତରଫରୁ ସମ୍ମାନିତ କରାଯାଇଥିବା ବେଳେ ତାଲିମ ପ୍ରାପ୍ତ ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ସଭାକୁ ଅଧ୍ୟାପକ ରାଜେଶ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଶିବଦତ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.