ଛତୁଆ ଓଜନରେ ଠକେଇ,ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ।

0 727

ଦିଗପହଣ୍ଡି,୨୮/୦୯(ପିପିଟି); ଛତୁଆ କେନ୍ଦ୍ର କରୁଚି ନିରୀହ ନିଷ୍ପେସିତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଛତୁଆ ଏବଂ ସୁଜି ମକା ହାଲୁଆ । ଓଜନ ମାପରେ ବଡ଼ ଧରଣ ଜାଲିଆତି କରୁଛି ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମରେ ଥିବା ଲଷ୍ମୀ ନୃସିଂହ ଆତ୍ମ ସହାୟକ ବଳ ନାମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ଖୋଦ ବ୍ଲକ ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ନିଜ ପଞ୍ଚାୟତରେ ଜନ୍ମିତ ଶିଶୁ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା ଆତ୍ମସାତ ହେଉଚି କିନ୍ତୁ ସମସ୍ତେ ଏଠି ଜଳକା ସାଜିଚନ୍ତି । ଦୀର୍ଘ ୨୫ବର୍ଷ ଧରି ଶ୍ରୀ ପ୍ରଧାନ ବ୍ଲକ ଅଧକ୍ଷ ଏବଂ ଉପାଦକ୍ଷ ପଦବୀ ଅଳଙ୍କୃତ କରିଥିଲେ ମଧ୍ୟ କିପରି ଏହା ଦୃଷ୍ଟି ଗୋଚରକୁ ଆସୁନି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରୁଚି I ନିଜକୁ ବମକେଇ ସରପଞ୍ଚ ପ୍ରତିନିଧି ବୋଲାଉଥିବା ଭଗବାନ ବାଡ଼ତ୍ୟା ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ଗଠନ କରି ଅର୍ଥ ଆତ୍ମସାତ କରୁଛନ୍ତି ଯାହାର ଭିଡିଓ ଆମର ହସ୍ତଗତ ହୋଇଛି । ଗୋଟିଏ ପକେଟରେ ୨୦୦ଗ୍ରାମ ବ୍ୟବଧାନ ଯାହା ସମସ୍ତଙ୍କୁ ଚକିତ କରୁଚି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଟାନ ନେବାକୁ ସାଧାରଣରେ ଦାବି ହେଉଛି । (ରିପୋର୍ଟ – ସାଇଦୀପ୍ ପୂଜାରୀ ।)

Leave A Reply

Your email address will not be published.