ସାନଖେମୁଣ୍ଡି,୨୫/୦୪(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ପୁଣି ଆଉ ଏକ ସଫଳତା । ପେଷାଦାର ମୋବାଇଲ ଚୋରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଦୀର୍ଘ ଦିନ ହେଲା ଅଞ୍ଚଳରେ ମୋବାଇଲ ଚୋରି ହୋଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହାକୁ ନଜର ରେ ରଖି ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ୍ ମାଧ୍ୟମରେ ଚୋର କୁ ଖୋଜା ଚାଲିଥିଲା ।
ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ମୋବାଇଲ ସହ ଚୋର କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପାଟପୁର ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଏ. ଗଣେଶ ପାତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂହ । ସେ ଜଣେ ପେଷାଦାର ଅପରାଧୀ ଥିବା ବେଳେ ଥାନା ରେ ଅନେକ ମାମଲା ରହିଅଛି । ଉକ୍ତ ଚୋରି ମାମଲାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ସେନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ତଦନ୍ତ ଜାରି ରଖିଛନ୍ତି । ଥାନା କେସ ନଂ ୧୨୫/୨୨ ପ୍ରକାରେ ଆସାମୀ ଏ. ଗଣେଶକୁ କୋର୍ଟକୁ ଚାଲାଣ କରାଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )