ଚୋରି ବାଇକ୍ ଜବତ, ଦୁଇ ଗିରଫ।

0 396

ପୋଲସରା,୧୯/୦୨(ପିପିଟି): ଗୋଟିଏ ବାଇକ୍ ଚୋରି ଘଟଣାରେ ଆଜି ପୋଲସରା ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ବାଇକ୍ ଜବତ କରିଛି। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଦେଇଥିବା ସୂଚନା ମୁତାବକ ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମର ସୁଶାନ୍ତ କୁମାର ପୋଲେଇ ଚଳିତ ମାସ ୧୦ ତାରିଖ ଦିନ ଲୁଣିଘାଟି ପଡ଼ିଆରେ ଅନୁଷ୍ଠିତ ମାରଦା ମହୋତ୍ସବ ଦେଖିବାକୁ ଆସିଥିଲେ। ସୁଶାନ୍ତ ନିଜର ହିରୋ ହୋଣ୍ଡା ସ୍ପେଳଣ୍ଡର ପ୍ଳସ୍ ଓଆର୍ ୦୭ କେ ୫୯୭୧ ନମ୍ବର ନାଲି ବାଇକ୍ ଟିକୁ ନାୟାର ପେଟ୍ରୋଲ ପମ୍ପ ସମ୍ମୁଖ ରେ ରଖିଥିଲେ। ତେବେ ସୁଶାନ୍ତ ମହୋତ୍ସବ ଦେଖି ଫେରିବା ବେଳକୁ ତାଙ୍କର ବାଇକ୍ ଟି ନଥିଲା। ଫଳରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୋଲିସ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସି ସି ଟିଭି ଫୁଟେଜକୁ ଯାଞ୍ଚ କରି ଚୋରକୁ ଚିହ୍ନଟ କରିପାରିଥିଲେ। ଆଜି ସମ୍ପୃକ୍ତ ବାଇକ୍ ଚୋର ଦୁଇ ଜଣ ଉକ୍ତ ବାଇକ୍ ଚଳାଇ ଯିବା ସମୟରେ ମାରଦା ମନ୍ଦିର ଛକ ଠାରେ ଏସ୍ ଆଇ ସୁସ୍ମିତା ପଣ୍ଡା ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଉତ୍ତମ ନାହାକ ଓ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଦେଓ ଗାଁ ର ସୁକାନ୍ତ ନାହାକ ବୋଲି ପୋଲିସ ସୂଚନା ଦେଇଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.