ଚୋରି ଅଭିଯୋଗରେ ହିଞ୍ଜିଳି ପୋଲିସ ଦ୍ୱାରା ତିନି ଗିରଫ ।

0 323

ହିଞ୍ଜିଳିକାଟୁ,୦୪/୦୮(ପିପିଟି); ହିଞ୍ଜିଳି ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରି ହେଉଥିବା ଘଟଣା ହିଞ୍ଜିଳି ପୋଲିସକୁ ଚାଲେଞ୍ଜ ଦେଉଥିବା ବିଷୟ ପାଲଟିଛି । କିଛି ଦିନ ତଳେ ବୁରୁପଡା ଏବଂ ଖଣ୍ଡରା ଗ୍ରାମରେ ଚୋରି ଘଟଣା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ହିଞ୍ଜିଳି ପୋଲିସ ଛାନଭିନ୍ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୁରୁପଡା ଗ୍ରାମର ଅରବିନ୍ଦ ପ୍ରଧାନ, ଦୀପକ ସେଠି ଓ ରତିକାନ୍ତ ଗୌଡ଼ । ପ୍ରକାଶ ଥାଉ କି ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ରୁ ବିଭିନ୍ନ ସ୍ଥାନରୁ ୨ଟି ପାଣି ଉଠା ମୋଟର, ୨ଟି ବ୍ୟାଟେରୀ ଏବଂ ରେଞ୍ଚି ଅଭିଯୁକ୍ତ ମାନେ ଚୋରି କରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିଥିବା ସ୍ବୀକାର କରିବା ସହ ପୋଲିସ ଉକ୍ତ ସମାନ ସବୁ ଜବତ କରିଛି । ଏ ନେଇ ହିଞ୍ଜିଳି ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କେଶ ନଂ ୪୦୧/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ । (ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.