କାଲିମେଳା,ତା:୧୯/୧୧(ପିପିଟି): କାଲିମେଳା ଥାନା ଅନ୍ତର୍ଗତ ଏମ୍ ଭି- ୯୦ ଗ୍ରାମ ନିକଟସ୍ଥ ପିୟୁପିଏସ ବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ କରି ଚୋରି କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ଉକ୍ତ ଯୁବକକୁ ପୋଲିସ ଆଜି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ଏମ୍ ଭି -୯୦ ଗ୍ରାମର ସୁଜୟ ଗୋଲଦାର (୨୧) ଗତ ଗୁରୁବାର ଦିନ ୨ଟା ୩୦ ମିନିଟରେ ସେହି ଗ୍ରାମର ପୟୁପିଏସ ବିଦ୍ୟାଳୟ ପ୍ରବେଶ କରି କାର୍ଯ୍ୟ।ଳୟ ପ୍ରକୋଷ୍ଠରେ ଥିବା ଆଲମିରାର ତାଲା ଭାଙ୍ଗି କିଛି ସାମଗ୍ରୀ ଚୋରି କରିଥିଲା । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଲାଲ ଚନ୍ଦ୍ର କବିରାଜ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।କାଲିମେଳା ପୋଲିସ ସୁଜୟ ଗୋଲଦାରକୁ ଆଜି ଗିରଫ କରିବା ସହ ଥାନା କେଶ ନଂ:୨୮୫/୨୧ପ ୟୁ/ଏସ ୪୫୪/୩୮୦ ଅନୁସାରେ ମାମଲା ରୁଜ୍ଜ କରାଯାଇ ଅଭିଯୁକ୍ତ ଯୁବକକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପ୍ରକାଶ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)