ଚୋରା ଗୁଟୁକା ଚଢା ଦରରେ ବିକ୍ରି ।

0 198

ପଦ୍ମପୁର:- ଏବେ ସାରାରାଜ୍ୟ କରୋନା ଦାଉରୁ ରକ୍ଷା ପାଇବାପାଇଁ ଦୀର୍ଘଦିନ ଧରି ଲକ୍ ଡାଉନ କରିବାର ଫାଇଦା ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ  ଦେଖିବାକୁ ମିଳୁଛି ।ଛତିଶଗଡ ରାଜ୍ୟକୁ ଲାଗି ରହିଥିବା ପଦ୍ମପୁର ସହରର ଗଳିକନ୍ଧିରେ ଚୋରା ଗୁଟକା ଚଢ଼ାଦରରେ ବିକ୍ରିହେଉଥିବା ଆମ ନଜରକୁ ଆସିଛି । ହେଲେ ବହୁ ଆଶ୍ଚର୍ୟ ରକଥା ଏହିକି ଛତିଶଗଡ ସୀମା ଓ ଓଡିଶା ସୀମା ସିଲ ହେଇକି ବ୍ୟାପକ ପରିମାଣର ବିଭିନ୍ନ କମ୍ପାନୀର ଗୁଟକା ସବୁ ଆସୁଛି କୋଉଠୁ ଏହା ବର୍ତ୍ତମାନ ସମୟ ରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅସାଧୁ ବ୍ୟବସାୟୀ ମାନେ ଏଭଳି ଦୋକାନବଜାର ବନ୍ଦର ସୁଯୋଗରେ ଗୁଡକା ପ୍ରତି ୧୫ରୁ ୨୦ଟଙ୍କା ପର୍ଯ୍ୟନ୍ତ ବିକ୍ରୟ କରି ବେଶ ମାଲେମାଲ । କାହାପାଇଁ ଲକ୍ ଡାଉନ ଟି ପୌଷମାସ ହୋଇଥିବାବେଳେ କାହାର ସର୍ବନାଶ ହେବାରେ ଲାଗିଛି । ଚୋର୍ ମଚାୟା ସୋର ପଦ୍ଧତି ଦେଖିବାକୁ ମିଳିଛି ଛତିଶଗଡର କେତେକ ଅସାଧୁ ବ୍ୟବସାୟୀଙ୍କ ପାଖରେ । ଦେଖାଯାଉ ପଦ୍ମପୁର ପୋଲିସ କବ୍ଜା ରେ ସେଇମାନେ କେବେ ଧରାପଡିବେ ।ଏହାସହ ଗୁଡକା ଖାଇ ରାସ୍ତାରେ ଛେପ ପକାଇବା କେବେ ବନ୍ଦ ହେବ ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.