ପୋଲସରା,୦୨/୦୫(ପିପିଟି): ରବିବାର ଦିନ ଜଙ୍ଗଲ ବିଭାଗ ପକ୍ଷରୁ ପେଟ୍ରୋଲିଁ ଚାଲିଥିବା ବେଳେ ପୋଲସରା ବ୍ଳକ ଅନ୍ତର୍ଗତ ବର୍ତ୍ତିଛନ୍ତି ଗ୍ରାମର ଉଚ୍ଚ ବିଦ୍ୟାଳୟ ନିକଟରେ ଗୋଟିଏ ଟ୍ରାକ୍ଟର ଜବତ କରିଛନ୍ତି। OR07 4470 ନମ୍ବର ମହିନ୍ଦ୍ରା ଟ୍ରାକ୍ଟର ରେ ଚୋରା ରେ ଚାଲାଣ ହେଉଥିବା ୧୨୬ ଖଣ୍ଡ ଶାଗୁଆନ ପଟା ୧୪.୭୬ ଘନଫୁଟ ଜଡ଼ିତ କରିଛନ୍ତି। ସେହିପରି OD33 N 3577 ନମ୍ବର ଡାଲା ଅଟୋରେ ଚାଲାଣ ହେଉଥିବା ୯.୧୬ ଘନଫୁଟ କାଠ କୁ ମଧ୍ୟ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନେ ଜବତ କରିଛନ୍ତି ବୋଲି ବନ୍ୟାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଚଢାଉ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଙ୍କ ସହିତ ପୋଲସରା ବନପାଳ ସୁକାନ୍ତ କୁମାର ପଟ୍ଟନାୟକ , ଭାବରଡା ବନପାଳ ହର ପ୍ରସାଦ ସାହୁ , ସୁବୋଧ ବେହେରା ଓ ରମାକାନ୍ତ ହୋତା ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )
Prev Post
Next Post