ଚିରିକିପଡା ଶାସନ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ମହିଳାଙ୍କ ସହିତ ସରପଞ୍ଚ ସାବିତ୍ରୀ ବ୍ରତ ପାଳନ କଲେ ।

0 801

ପୋଲସରା,(ପିପିଟି ନ୍ଯୁଜ୍)୨୨/୦୫,ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡା ଶାସନ କ୍ବାରେଣ୍ଟାଇନ୍ ସେଣ୍ଟରରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି ।ହିନ୍ଦୁ ଧର୍ମ ରେ ମହିଳା ମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ମହାମାରୀ କରୋନା ପ୍ରଭାବ ମଧ୍ୟ ସାବିତ୍ରୀ ବ୍ରତକୁ ରୋକି ପାରି ନାହିଁ ।ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡା ଶାସନ କ୍ବାରେଣ୍ଟାଇନ୍ ସେଣ୍ଟରରେ ସରପଞ୍ଚ ସୁଜତା ସାହୁ ସାବିତ୍ରୀ ବ୍ରତ ପାଳନ ପାଇଁ ଆୟୋଜନ କରିଥିଲେ । କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ପ୍ରାୟ ୧୪ ଜଣ ମହିଳା ସମେତ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ରଖି ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା । ମହିଳା ସରପଞ୍ଚଙ୍କ ଉଦ୍ୟମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରିବାର ସୁଯୋଗ ପାଇଥିବାରୁ ସେମାନେ ଖୁସି ଥିବା ଜଣାପଡିଛି ।

Leave A Reply

Your email address will not be published.