ଚିତ୍ରକୋଣ୍ଡା ଏସଡିପିଓଙ୍କ ବଦଳି ଦାବି କଲା କଂଗ୍ରେସ ।

0 287

ମାଲକାନଗିରି,୧୯/୦୮(ପିପିଟି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ତୁରନ୍ତ ଏସଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାଙ୍କୁ ବଦଳି କରା ନଗଲେ ଆସନ୍ତା ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଏସପି ଙ୍କ ଅଫିସ ଆଗରେ କଂଗ୍ରେସ ଦଳ ପକ୍ଷରୁ ଧାରଣା ଦିଅଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ଗତ ଜୁନ ମାସ ୭ ତାରିଖ ଦିନ ଆରଏସସି- ୧୩ ଗ୍ରାମରେ ଗଞ୍ଜେଇ ରଖିଥିବା ସନ୍ଦେହରେ ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ପୁଲିସ ରାତି ଅଧିଆ ଘରେ ପଶି ୪ ଜଣ ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ବିରୋଧ କରିଥିଲା । ଏଥିସହ ଘଟଣାକୁ ନେଇ ଅଂଶୁମାନଙ୍କ ନାମରେ କୋର୍ଟରେ ୩ଟି ମାମଲା ରୁଜୁ ହେବା ପରେ କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏସ୍‌ଡିପିଓ ସେଠାରେ ରହି କାର୍ଯ୍ୟ କରୁଛନ୍ତି । ଯଦି ଏସଡିପିଓ ସେଠାରେ ରହିବେ ତାହେଲେ କେବେ ହେଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ତେଣୁ ୧୫ ଦିନ ମଧ୍ୟରେ ଏସ୍‌ଡିପିଓଙ୍କୁ ବଦଳି କରାଯାଉ ବୋଲି କଂଗ୍ରେସ ଦଳର ଜିଲ୍ଲା ସଭାପତି ଗୋବିନ୍ଦ ପତ୍ର ଦାବି ରଖିଛନ୍ତି । ଯଦି ବଦଳି କରା ନଯାଏ,ତେବେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨ ତାରିଖରୁ ମାଲକାନଗିରି ଏସପିଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣାରେ ବସିବ ବୋଲି ଚେତାବନୀ ଦିଆ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜି.ଶ୍ରୀନିବାସ ରାଓ, ପି. କେଶୁ,ପଦ୍ମ ପାଙ୍ଗି,ମଙ୍ଗୁ ଖିଲ , ଇଶାକ ଖୋସଲା ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.