ଚିତ୍ରକୋଣ୍ଡା ବିଧାୟକ ଦୁଇଟି ପଞ୍ଚାୟତରେ କଲେ ମାସ୍କ ବଣ୍ଟନ ।

0 287

ମାଲକାନଗିରି,ତା:୨୪/୦୫(ପିପିଟି); ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଆଜି ମାଥିଲି ବ୍ଲକ ଅନ୍ତର୍ଗତ ଭଣ୍ଡାରୀ ପାଙ୍ଗାମ୍ ଓ ଭେଜାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡ଼ିକୁ ଯାଇ ମାସ୍କ ବଣ୍ଟନ କରିବା ସହ ହୋମ କ୍ୱାରେଣ୍ଟାଇନରେ ଥିବା କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଛି କି ନାହିଁ ସେମାନଙ୍କ ସଂପର୍କରେ ଅବଗତ ହୋଇଥିଲେ । ସେଠାରେ ଥିବା ସମସ୍ତ ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ସହିତ ବିଧାୟକ ଶ୍ରୀ ବାକା ଆଲୋଚନା କରିଥିଲେ। ଏହି ମହାମାରୀ ସମୟରେ ସେମାନେ କରୋନା ଯୋଦ୍ଧା ଭଳି ଘର ଘର ବୁଲି ପରୀକ୍ଷା ଓ ଔଷଧ ଦେବାରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ସେମାନଙ୍କ ମନୋବଳ ବଢ଼ାଇବା ସହ ପ୍ରଶଂସା କରିଥିଲେ । ଯଦି କୌଣସି ଅସୁବିଧା ହୁଏ ବିଧାୟକଙ୍କୁ ଜଣାଇଲେ ସେମାନଙ୍କୁ ପ୍ରତ୍ୟେକ୍ଷ ଭାବେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ଆମେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ନିୟମକୁ ପାଳନ କରିବା ,ସାମାଜିକ ଦୂରତା ରକ୍ଷା କରିବା,ସର୍ବଦା ସ୍ୱଚ୍ଛ ରହିବା ସହିତ ମାସ୍କ ପିନ୍ଧିବାକୁ ପରାମର୍ଶଦେଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.