ଭଞ୍ଜନଗର,୦୫/୦୬(ପିପିଟି): ଗତ ଲକ ଡ଼ାଉନ ସମୟରେ ହୋଟେଲ ବ୍ୟବସାୟ ପୁରା ମାନ୍ଦା ଅବସ୍ଥାରେ ରହିଥିବା ବେଳେ ଆସ୍ତେ ଆସ୍ତେ ସେଥିରେ ଉନ୍ନତି ଘଟିଛି।ବିଶେଷ କରି ଗ୍ରାହକଙ୍କ ଚାହିଦା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭଞ୍ଜନଗର ସହର ଓ ଆଖପାଖ ଅଞ୍ଚଳରେ କମ ଦିନ ମଧ୍ୟରେ ଅନେକ ଗୁଡିଏ ନୂଆ ନୂଆ ହୋଟେଲ ଖୋଲିବାରେ ଲାଗିଛି।ଭଞ୍ଜନଗର ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଓ ସହର ମଧ୍ୟରେ ଖୁବ କମ ଦିନ ମଧ୍ୟରେ ଅନେକ ନୂତନ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ଓ ହୋଟେଲ ଦେଖିବାକୁ ମିଳୁଛି।ରବିବାର ବାଉଁଶ ଲୁଣ୍ଡି ମୁଖ୍ୟ ରାସ୍ତାରେ ଫୁଡ଼ି ଉଡ଼ ନାମକ ଏକ କେଫ, ରେଷ୍ଟୁରାଣ୍ଟ ଓ ଲଜର ଶୁଭାରମ୍ଭ ହୋଇଛି। ଏହାକୁ ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ବାଉଁଶ ଲୁଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର,ସମିତି ସଭ୍ୟା ଅଞ୍ଜଳି ବେହେରା, ଓଲିଉଡ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ବ୍ୟବସାୟିକ ପ୍ରତିଷ୍ଠାନ ର ମୁଖ୍ୟ ଆଶିଷ କୁମାର ଗୌଡ଼ ଓ ସୁଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ।ଏହା ସମସ୍ତ ଗ୍ରାହକ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ସହ ସ୍ୱାଦିଷ୍ଠ ଖାଦ୍ୟ ଦ୍ୱାରା ଭଞ୍ଜନଗର ସହରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଅନୁଷ୍ଠାନର ମୁଖ୍ୟ ଆଶା ରଖିଥିବା କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )