ଚାଷ ଓ ଚାଷୀର ସୁରକ୍ଷା ପାଇଁ ଲଢ଼ିବ ଚାଷୀ ମୁଲିଆ ସଂଘ ।

0 289

ବୌଦ୍ଧ,୦୫/୦୫(ପିପିଟି): ଗଠିତ ଚାଷୀ ମୁଲିଆସଙ୍ଘ ବୌଦ୍ଧ ର ପ୍ରଥମ ବୈଠକ ଆଜି ଛତ୍ରଙ୍ଗ ଠାରେ ହୃଦାନନ୍ଦ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଆଲୋଚନା ପରେ ଜିଲ୍ଲାର ସମସ୍ତ ଜମିକୁ ଜଳ ପ୍ରତି ଜିଲ୍ଲା ପରିଷଦ ଜୋନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନୁଯାୟୀ ପ୍ରତି ଚାଷୀକୁ ବିନା ସୁଧରେ ଲକ୍ଷେ ଟଙ୍କାଋଣ ତୁରନ୍ତ ଖରିଫ ଋତୁ ପୂର୍ବରୁ ପ୍ରଦାନ । ରାଜ୍ୟର ସମସ୍ତ ଚାଷୀଙ୍କ ନିମିତ୍ତ ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ଆଇନ ପ୍ରଣୟନ । ସମସ୍ତ ଚାଷୀଙ୍କୁ ପଚାଶବର୍ଷ ପରେ ମାସିକ ଛଅହଜାର ଟଙ୍କା ପେନସନ । ଭୂମିହୀନ ଚାଷୀଙ୍କୁ ତୁରନ୍ତ ଜମି ପ୍ରଦାନ । ମଣ୍ଡିରେ ଜମିପଟ୍ଟା ଦେଖାଇ ସିଧାସଳଖ ଧାନ କ୍ରୟ । ସମସ୍ତ ଭୂମିହୀନଙ୍କୁ ଘରଡ଼ିହ ପ୍ରଦାନ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ପ୍ରଦାନ । ତୁରନ୍ତ ତିରଡ଼ ଠାରେ ନିର୍ମିତ ମେଗାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭଦିଆଯାଇଥିବା ଧଳପୁର ରାମଗଡ଼ ଓ ଶାମ୍ପୂଚ ଠାରେ ତୁରନ୍ତ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା । ଆଗାମୀ ଖରିଫ ଋତୁ ପୂର୍ବରୁ ସଠିକ ସମୟରେ ଚାଷୀଙ୍କୁ ବିହନ ପ୍ରଦାନ । ଆମ୍ବୁଲ ମହୁଲ ପ୍ରଭୃତି ସୋସାଇଟି ଜରିଆରେ କ୍ରୟ । ଶାଳ ପତ୍ର ଉପରେ ଲୋକଙ୍କ ଅଧିକାର ।ଦଖଲ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ । ସମସ୍ତ ଗ୍ରାମକୁ ସବୁଦିନିଆ ପକ୍କାସଡ଼କ ନିର୍ମାଣ । ଆଦି ଦାବୀରେ ଲୋକଙ୍କୁ ସଂଗଠିତ କରି ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବାକୁ ଆଜି ଚାଷୀ ମୁଲିଆ ସଂଘ ବୈଠକରେ ନିଷ୍ପତ୍ତି ମାନ ଗ୍ରହଣ କରାଯାଇଛି । ଏହି ବୈଠକରେ ପ୍ରଦୀପ କୁମାର ସାହୁ ଅଶୋକ ଭୋକ୍ତା ଅକ୍ଷୟ ବିଶି ବିଚିତ୍ର ଦେହୁରୀ ଗୁପ୍ତେଶ୍ୱର ରଣା କୁନୁ ପ୍ରଧାନ ଶରତ ପ୍ରଧାନ ନରେନ୍ଦ୍ର ସିଂ ଅଲେଖ ସାହୁ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ମାନ ଆଗତ କରିଥିଲେ । ମେ ୨୧ତାରିଖ ପରବର୍ତ୍ତୀ ବୈଠକ ହେବ ବୋଲି ଏକ ପ୍ରେସ ବିବୃତି ମାଧ୍ୟମରେ ସଂଗଠନ ର ଆବାହକ ଅବକାଶ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.