ଚାଷୀ ମୁଣ୍ଡରେ ଚଡକ, ଡୁପ୍ଲିକେଟ୍ କିଟନାଶକ ପାଇଁ ଚାଷୀ କ୍ଷତିଗ୍ରସ୍ତ ।

0 289

ପଦ୍ମପୁର,୨୮/୦୯(ପିପିଟି);କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଳ ହେଲାପରେ ଚାଷୀମାନେ ବହୁ ଉତ୍ସକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି । ହେଲେ ଚଲିତ ବର୍ଷ ଅଦିନିଆ ବର୍ଷା,ଅଧିକ ବର୍ଷା ଓ ପାଗ ଚାଷ ପାଇଁ ଅନୁକୁଳ ହୋଇନଥିବାରୁ ବର୍ତ୍ତମାନ ଧାନ ଫସଲ ବିଭିନ୍ନ ରୋଗପୋକ ଦ୍ବାରା ଆକ୍ରାନ୍ତ ହୋଇ ଫସଲନଷ୍ଟ ହେଉଛି । ରୋଗପୋକ ଦମନ ପାଇଁ ଚାଷୀମାନେ ବଜାରରୁ ବହୁ ମୂଲ୍ୟରେ କୀଟନାଶକ କିଣି ସିଞ୍ଚନ କଲେ ମଧ୍ୟ କୌଣସି ସୁଫଳ ପାଇ ପାରୁ ନାହାନ୍ତି । କେବଳ କୀଟନାଶକ ଦୋକାନୀ ଅର୍ଥ ଉପାର୍ଜନ କରିବାରେ ବ୍ୟସ୍ତ ।ରୋଗପୋକ ଆକ୍ରାନ୍ତ ଯୋଗୁଁ ଚଳିତ ବର୍ଷ ଏକଚତୁର୍ଥାଂଶ ଫସଲ ଅମଳ ହେବ ନା ନାହିଁ ଦ୍ବନ୍ଦରେ ଚାଷୀ। ରୋଗପୋକ ଦମନ ପାଇଁ କୌଣସି ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ସମବାୟ ସମିତିରୁ ଆଣିଥିବା ୠଣ ପରିଶୋଧ କରିବା ପାଇଁ ମଧ୍ୟ ଅକ୍ଷମ ହେବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।ଏହି ସବୁ ଅଭିଯୋଗ ନେଇ ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମର ଚାଷୀମାନେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲା କୄଷି ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.