ଚାଷୀର ଧାନ ଉଠାଇବା ପାଇଁ ଆସିକା ଭଞ୍ଜନଗର ରାଜପଥକୁ ୦୮ ଘଣ୍ଟା ଧରି ଧାନବସ୍ତା ଧରି ଅବରୋଧ କଲାପରେ ଚାଷୀଙ୍କୁ ମିଳିଲା ପ୍ରତିଶ୍ରୁତି ।

0 357

ଆସିକା,ତା ୦୪/୦୩(ପିପିଟି);ମଣ୍ଡିରେ ଚାଷୀର ଧାନ ଉଠୁନଥିବାରୁ ଆସିକା ଭଞ୍ଜନଗର ମୂଖ୍ଯ ରାସ୍ତା କେନ୍ଦୁପଦର ଛକରେ ସକାଳ ୧୦ ଘଟିକାରୁ ଧାନବସ୍ତା ରଖି ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୮ ଘଣ୍ଟା ରାସ୍ତା ଅବରୋଧ କରି ପ୍ରଶାସନ ପକ୍ଷରୁ ଧାନ ଉଠିବା ପାଇଁ ନିର୍ଭୟ ପ୍ରତିଶ୍ରୁତି ପାଇଲା ପରେ ଅବରୋଧ ହଟିଲା। ୫୫୦୦ କୁଇଣ୍ଟାଲ ଧାନ ଗହଙ୍ଗୁ ସୋସାଇଟିରୁ ଉଠାଯିବ ଏବଂ ପ୍ରଥମେ ୧୫୦୦ କୁଇଣ୍ଟାଲ ତୁରନ୍ତ ଉଠାଯିବ ବୋଲି ନିର୍ଭୟ ପ୍ରତିଶ୍ରୁତି ଯୋଗାଣ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗାଙ୍ଗପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ ମିଳିବା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହର କରିଥିଲେ । ଚାଷି ହାତରେ ଟୋକନ ଅଛି କିନ୍ତୁ ମଣ୍ଡି ଚାଷିର ଧାନ ଉଠାଉନାହିଁ, ମିଲରକୁ ଅର୍ଡର ଆସି ନାହିଁ । ଟାର୍ଗେଟ ମିଳି ନାହିଁ କହି ଚାଷୀକୁ ଭୁଆଁବୁଲାଇବା ଯୋଗୁଁ ଧାର କରଜ ଆଣିଥିବା ଚାଷୀ, ମୂଲିଆଙ୍କ ମଜୂରୀ, ମେଡିକାଲ ଖର୍ଚ୍ଚ ଏବଂ ପୁଅ ଝିଅଙ୍କ ବିବାହ ଖର୍ଚ୍ଚ ସାଙ୍ଗକୁ ଘରର ଅତ୍ୟାବଶ୍ୟକୀୟ ଖର୍ଚ୍ଚ କିପରି ଭରଣା କରିବେ ସେନେଇ ଚାଷି ଚିନ୍ତିତ ରହି ପ୍ରଶାସନ ଓ ସୋସାଇଟି ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଚାଷୀର ଦୁଃଖ ଦୂର ହୋଇ ପାରିଲା ନାହିଁ । ସେଥିପାଇଁ ଟୋକନର ଅବଧି ସରିବାକୁ ବସି ଥିବା ଚାଷି ମିଲର ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାକୁ ବୁଝି ପାରି ଗତ ୦୧ ମାର୍ଚ୍ଚ ୨୦୨୧ ସୋମବାର ଦିନ ଅପରାହ୍ନ ୪ ଘଟିକାରେ ଗହଙ୍ଗୁରେ ଏକ ବୈଠକ କରି ୦୪ ମାର୍ଚ୍ଚ ୨୦୨୧ରେ ଆସିକା ଭଞ୍ଜନଗର ମୂଖ୍ୟ ରାସ୍ତା କେନ୍ଦୁପଦର ଛକରେ ଧାନବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସାମାଜିକ ଗଣମାଧ୍ୟମ ମାଧ୍ୟମ ଓ ମୂଖ୍ୟ ଗଣମାଧ୍ୟମ ଦ୍ବାରା ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ପ୍ରଚାର ପ୍ରସାର କରାଯାଇଥିଲା କିନ୍ତୁ ଚାଷି ନିକଟକୁ ଆସି ଆଲୋଚନା କରିବା ବଦଳରେ ଧାନ ଟ୍ରାକ୍ଟର ଧରି ଚାଷି କେନ୍ଦୁପଦର ଯାଉଥିବା ସମୟରେ ନାହାଡା ପାଖରେ ଚାଷୀର ଧାନବସ୍ତା ଲୋଡ ହୋଇଥିବା ୨ ଟି ଟ୍ରାକ୍ଟରକୁ ଗାଙ୍ଗପୁର ପୋଲିସ ଅଟକାଇବା ଯୋଗୁଁ ଚାଷୀ ଅଧିକ ଉତ୍ୟକ୍ତ ହୋଇ ରାସ୍ତାରେ ବସି ତୁରନ୍ତ ଧାନ ଟ୍ରାକ୍ଟର ଛାଡିବା ପାଇଁ ଦାବି କଲେ ଏବଂ ଉପ ଜିଲ୍ଲାପାଳ ତୁରନ୍ତ ଆସି ସମସ୍ତ ଚାଷୀର ତୁରନ୍ତ ଧାନ ଉଠାଇବା, କଟନୀ ଛଟନୀ ବନ୍ଦ କରିବା, ଅଖା, ପରିବହନ ଖର୍ଚ୍ଚ, ଶ୍ରମିକ ଖର୍ଚ୍ଚ ଚାଷୀକୁ ଦେବା ପାଇଁ ଦାବି ଉପସ୍ଥାପନ କଲେ । ଏହି ଆନ୍ଦୋଳନ ରେ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ କୃଷକଙ୍କ ପାଖରେ ଠିଆ ହୋଇ ଦାବି ଯଥାର୍ଥ ଏବଂ ତୁରନ୍ତ ଧାନ ଉଠାଇବା ପାଇଁ ପ୍ରଶାସନ ପାଖରେ ଦୃଢ ଭାବରେ ଦାବି ଉପସ୍ଥାପନ କରିଛନ୍ତି । ଚାଷୀର ରାସ୍ତାରୋକ ଆନ୍ଦୋଳନରେ ରମେଶ ପଇଡା, ବାସୁଦେବ ସିଓ, ବଳରାମ ମହାନ୍ତି, ରଞ୍ଜନ ବିଶ୍ବାଳ, ମୁନା ମହାନ୍ତି, ପିଣ୍ଟୁ ମହାନ୍ତି, କୈଳାସ ଚୌଧୁରୀ, କୁଶନାଥ ବିଶ୍ବାଳ, ବିଶ୍ବନାଥ ଜେନା, କିଶୋର ମହାନ୍ତି, ଯୁଧିଷ୍ଠିର ପରିଡା, ଗୌର ପାତ୍ର, ବନମାଳୀ ପାତ୍ର, ବସନ୍ତ ମହାନ୍ତି କବିରାଜ ପରିଡା ଆଦିଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.