ଚାଷୀର ଉନ୍ନତି ଦେଶର ବିକାଶ, ନୂତନ ଯାନ୍ତ୍ରିକ କୌଶଳ ବିଦ୍ୟାରେ ଅଗ୍ରଗତି କରିବ ଚାଷୀ ।

0 240

ବୋଲଗଡ଼,୦୧/୧୨(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ କନ୍ତେଇଲୋ ଗ୍ରାମରେ କୃଷିର ଉନ୍ନତି ପାଇଁ ସେଞ୍ଚୁରିଆଁନ ୟୁନଭରସିଟି ତରଫରୁ ଚାଷ ଜମିରେ ଏକ ଏକର ଜମିକୁ ୫ମିନିଟ୍ ରେ ବୈଜ୍ଞାନିକ ଜ୍ଞାନ କୌଶଳ ବିଦ୍ୟାରେ ନିପୁଣତା ସହକାରେ ଔଷଧ ପକାଇବା ପାଇଁ ନୂତନ ଯାନ୍ତ୍ରିକ କୌଶଳ ଡ୍ରୋନ ପ୍ରସ୍ତୁତ ହୋଉଛି । ଯାହା ଫଳରେ ଚାଷୀ ମାନଙ୍କ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ ସହ ଅଗ୍ରଗତି କରିବ ବୋଲି ଆଶା ବିଶ୍ୱାସ ରହିଛି । ଧାନ୍ୟ ଧରିତ୍ରୀ ଫାରମରସ୍ ପ୍ରଡୁସର୍ କମ୍ପାନୀ ପକ୍ଷରୁ ଚାଷୀ କ୍ଷେତ୍ରରେ କିଭଳି ଭାବେ ଉନ୍ନତି କରିବ ସେଥି ନିମନ୍ତେ ଏକ ଯାନ୍ତ୍ରିକ କୌଶଳ ପଦ୍ଧତି ଦ୍ଵାରା ଏକ ମେସିନ ପ୍ରସ୍ତୁତି ହୋଇଛି ଯାହା କି କନ୍ତାଇଲୋ ଗ୍ରାମରେ ଏକ ୧୦ଲକ୍ଷ ଟଙ୍କାର ମୂଲ୍ୟରେ ତିଆରି କରିଛି ସେଞ୍ଚୁରିଆଁ ୟୁନିଭରସିଟି । ଏହା କେବଳ ପରୀକ୍ଷଣ ପାଇଁ ଆସିଛି ।ଏହାକୁ ପ୍ରତ୍ୟେକ ଚାଷୀ ଚାଷ କ୍ଷେତ୍ରରେ ଉନ୍ନତି ପାଇଁ ନିଜର ଆୟରେ କିଣି ପାରିବେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.