କୋଦଳା : ୨୫/୦୯(ପିପିଟି); ଗତ ରବିବାର ଦିନ କେନ୍ଦ୍ର ସରକାର ରାଜ୍ୟସଭାରେ ତିନୋଟି କୃଷକ ବିରୋଧୀ କଳା ଆଇନ ପାସ କରିଛନ୍ତି ଯାହାକୁ ନେଇ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ଯାହା ଦେଶର ୨୫୦ ରୁ ଅଧିକ କୃଷକ ସଙ୍ଗଠନର ସମିତି ଭାରତ ବନ୍ଦ ଡାକରା ଦେଇ କେନ୍ଦ୍ର ସରକାରଙ୍କ ଏହି ତିନୋଟି କଳା ଆଇନକୁ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ର ବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଛି । କୋଦଳା ବସ ଷ୍ଟାଣ୍ଡ ନିକଟରେ ଋଷିକୁଲ୍ୟା ରୟତ ମହାସଭା, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ନେତୃତ୍ଵରେ ରାସ୍ତା ରୋକ କରାଯାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନରେ ଚାଷୀ ନେତା ଜୋହାନ ସ୍ୱାଇଁ, ନବ ସ୍ୱାଇଁ,ପ୍ରଶାନ୍ତ , ମୋନଜ, ଅରୁଣ,ଭଗବାନ,ରମେଶ ପିତାମ୍ବର, ରଘୁନାଥ,ପ୍ରଦୀପ, ଶ୍ରୀମତୀ ଜମ୍ଭୁ ସମେତ ଅନେକ ନେତା ନେତୃତ୍ଵ ଦେଇଥିଲେ । କେନ୍ଦ୍ର ସରକାରଙ୍କ ତିନୋଟି ଚାଷୀ ବିରୋଧୀ ଆଇନ ହେଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ -୧୯୫୫( ସଂଶୋଧନ)ବିଲ, କୃଷିଜାତ ସାମଗ୍ରୀ ର ବିପଣନ ଓ କାରବାର (ପ୍ରୋଛାହନ ଏବଂ ସୁବିଧା ପ୍ରଦାନ ) ବିଲ -୨୦୨୦, କୃଷକ (ସଶକ୍ତି କରଣ ଏବଂ ସୁରକ୍ଷା) ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ବିଲ-୨୦୨୦ ମୁଲ୍ୟ ଆଶ୍ୱାସନ ଠେକା ଚାଷ (ବନ୍ଦବସ୍ତି ଓ ସୁରକ୍ଷା ) ସଂଶୋଧନ। ଯଦି ଏହି ତିନୋଟି ଆଇନ ଲାଗୁ ହେଇଯାଏ ତାହାହେଲେ ସମ୍ପୂର୍ଣ୍ଣ ଭାବରେ ଚାଷୀ କମ୍ପାନୀ ନିର୍ଭର ହେଇଯିବ ଓ ଏଥିରେ ସବୁଠୁ କଷ୍ଟ ଭାଗଚାଷୀଙ୍କ ହେବ ସେମାନେ ଗୋଟିଏ ମୂଲିଆ ହେବେ କମ୍ପାନୀ ଠାରୁ ମଜୁରୀ ପାଇବେ। ଯାହାଦ୍ୱାରା ଆହୁରି ଚାଷୀ ଋଣ ଭାର ହେବ । ଏହି ସଂଶୋଧନ ଦ୍ୱାରା ଏଣିକି ଚାଉଳ, ଗହମ, ଅନ୍ୟାନ୍ୟ ଖାଦ୍ୟ ଶସ୍ୟ, ସମସ୍ତ ପ୍ରକାର ଡାଲି, ତୈଳ ବୀଜ, ଆଳୁ ଏବଂ ପିଆଜ ୨୦ ଟି ଅତ୍ଯାଆବଶ୍ୟକୀୟ ସାମଗ୍ରୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାଭୁକ୍ତ ହୋଇ ରହିବ ନାହିଁ । ଏହା ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକ ଉପରେ କଳା ବଜାରୀ ଏବଂ ମୁନାଫାଖୋରୀ ବୃହତ ବ୍ୟବସାୟୀ ମାନଙ୍କର ଏକ ଚାଟିଆ କାରବାର ବୃଦ୍ଧି ପାଇବ । କୋଟି କୋଟି ସାଧାରଣ ଖାଉଟି ସଙ୍କଟ ସମୟରେ ଭୟଙ୍କର ଆର୍ଥିକ ବୋଝ ଏବଂ ବଜାର ରେ ଅତ୍ୟାଵଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଜନିତ ଅତି କଠିନ ପରିସ୍ଥିତି କୁ ସାମନା କରିବେ । ସିଏସଡି ଓଡିଶା ତରଫରୁ ଚାଷୀ ନେତା ବିଜୟ ସ୍ଵାଇଁ କହିଲେ ସାଧାରଣ କୃଷକ ମାନଙ୍କର ସ୍ୱାର୍ଥ ଦୃଷ୍ଟି ରୁ ଏହି ତିନୋଟି ବିଲ ସମ୍ପୂର୍ଣ୍ଣ ରଦ୍ଦ କରାଯାଉ ଓ ମୋଦୀ ଓ ନବୀନ ସରକାର ଚାଷୀଙ୍କ ସମ୍ପୂର୍ଣ ଋଣ ମୁକ୍ତିର ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରନ୍ତୁ । ଭାଗଚାଷୀର ମାନ୍ୟତା ପାଇଁ ଆଇନ ଅଣାଯାଉ ଓ ଆଦିବାସୀଙ୍କ ଜଳ, ଜମି, ଜଙ୍ଗଲକୁ ଲୁଟିବା ବନ୍ଦ କରି ସେମାନଙ୍କ ପ୍ରାକୃତିକ ସଂଶାଧନ ଉପରେ ଅଧିକାର ପ୍ରଦାନ କରଯାଉ । ଜନ ଜାଗରଣ ଅଭିଯାନ ତରଫରୁ ମଧୁସୁଦନ କହିଲେ ଚାଷୀଙ୍କ ସମସ୍ତ ଫସଲର ଲାଭଜନକ ମୂଲ୍ୟ କୁ ଧାର୍ଯ୍ୟ କରି ଚାଷୀଙ୍କ ଠାରୁ ସମ୍ପୂର୍ଣ ଫସଲ କିଣାଯାଉ । ସରକାର ମଣ୍ଡୀ ବ୍ୟବସ୍ଥା ଓ ଏମଏସପିକୁ ସୃଦୃଢ କରିବା ଚାଷୀଙ୍କ ହିତକାରୀ ଆଇନ ଆଣନ୍ତୁ । ଯଦି ଏହି ସରକାର ଚାଷୀ ଓ ଆଦିବାସୀଙ୍କ ଦାବୀ ନ ଶୁଣନ୍ତି ତାହାହେଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସବୁ ନେତୃତ୍ଵ ମଣ୍ଡଳୀ ଏହି ସରକାରକୁ ଚେତାବନୀ ଦେଇଥିବା ଜଣାପଡ଼ିଛି ।