ଚାଷଜମିରେ ନିଆଁ ଲାଗିବା କାରଣରୁ ଅଞ୍ଚଳରେ ବୃଦ୍ଧି ପାଉଛି ତାପମାତ୍ରା ।

0 279

ସୁବର୍ଣ୍ଣପୁର,୦୯/୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ରେ ପାରଦ ୪୨ଡ଼ିଗ୍ରୀ ଉପରେ ରହୁଛି ।ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।ଗରମ ସାଙ୍ଗକୁ ଗୁଲଗୁଲି ଅଧିକ ମାତ୍ରାରେ ରହୁଥିବାରୁ ଲୋକେ ବହୁ କଷ୍ଟ ଭୋଗୁଛନ୍ତି । ବଡବଡିଆ ଲୋକେ ଘରେ ଏସି ତଳେ ରହି ଗରମରୁ ତ୍ରାହି ପାଉଥିବା ବେଳେ ମଧ୍ୟମ ଓ ଗରିବ ଶ୍ରେଣୀର ଲୋକଙ୍କ ଦୁଃଖ ନକହିଲେ ଭଲ ।ଅନ୍ୟପଟେ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଇଟାଭାଟି ଏବଂ ଜମିରେ ହୋଇଥିବା ଡ଼ାଳୁଅ ଧାନ ଚାଷର ନଡା ପାଳ ପୋଡ଼ା ଯାଉଥିବାରୁ  ଉତ୍ତାପ ବଡୁଛି ବୋଲି ପରିବେଶବିତ ମତ ଦିଅନ୍ତି ।ସୂଚନା ଯୋଗ୍ୟ ଯେ ଚଳିତ ରବି ରିତୁର ଧାନ ଜମିରୁ ଚାଷୀ ଚାଲୁଅ ଧାନ ସବୁ ଉତ୍ପାଦନ କରି ସାରିଥିବା ବେଳେ ଖରିଫ ଚାଷ ପ୍ରସ୍ତୁତ ପାଇଁ ଚାଷୀ ଜମିରେ ଥିବା ପାଳ ସବୁ ପୋଡ଼ି ଦେଉଛି । ଯାହା ଫଳରେ ଜମିରେ ଜଳୁଥିବା ନିଆଁ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି ।ଗତ କିଛିଦିନ ହେବ ବିନିକା ଓ ଉଲୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଷୀ ତାଙ୍କର ଅଜଡା ପୁଆଲକୁ ପୋଡୁ ଥିବା ଓ ସେହି ସମୟରେ ବୋହୁଥିବା ଝାଞ୍ଜି ପବନର ନିଆଁ ଚାରିଆଡକୁ ବ୍ୟାପି ଯାଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଜମିର ନିଆଁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।ସେହିପରି ନିଆଁର ପ୍ରକୋପ ଯୋଗୁଁ ରାସ୍ତା ମାନଙ୍କରେ ଯିବା ଆସିବା ମଧ୍ୟ ମସ୍କିଲ ହେଉଛି ।ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରୁଛନ୍ତି ସତ ହେଲେ ପୁଣି ଦିନକ ପରେ କେଉଁଠି ଚାଷ ଜମିରେ ନିଆଁ ତ ଆଉ କେଉଁଠି ବାଉଁସ ବୁଦା,ଘର ମଧ୍ୟ ପୋଡ଼ି ଛାରଖାର ହେଇଯାଉଛି । ପ୍ରତିଦିନ ଦମକଳ ବାହିନୀ କର୍ମଚାରୀ ଚାଷ ଜମି ମାନଙ୍କରେ ଲାଗୁଥିବା ନିଆଁ ଆୟତ୍ତ କରୁଛନ୍ତି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.