ଚାରି ଅନାଥ ପିଲା ଖୋଜୁଛନ୍ତି ଆଶ୍ରୟ ହେଲେ ସବୁଠି ନୈରାଶ୍ଯର ପଦଧ୍ବନି ।

0 233

ମାଲକାନଗିରି,ତା:୧୫/୦୬(ପିପିଟି);ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ପଞ୍ଚାୟତର ପୁଲାପାଲ୍ଲୀ ନିକଟସ୍ଥ ପାଲକାଗୁଡାର ଚାରି ଅନାଥ ପିଲା ଏବେ ବଞ୍ଚିବା ପାଇଁ ଖୋଜୁଛନ୍ତି ଆଶ୍ରୟ । ପେଟ ପାଇଁ ବାର ଦୁଆର ହେଲା ପରେ ସବୁଠି ତିରସ୍କାରର ସରବ୍ଯ ହୋଇ ଶେଷରେ ପ୍ରଶାସନର ଦ୍ବାରସ୍ଥ ହେଲା ପରେ ନୈରାଶ୍ଯ ହୋଇ ପୁନଶ୍ଚ ନିଜ ଗ୍ରାମକୁ ଫରିଛନ୍ତି ଚାରି ଜଣ ଅନାଥ ପିଲା । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ପାଲକାଗୁଡା ଗାଁର ରାମ ପୁଲାଙ୍କର ଚାରି ଜଣ ସନ୍ତାନ ଭୀମା (୧୫), ମିନତୀ(୧୩), ଶିବ(୧୧),ଓ ସବିତା(୯) ଜନ୍ମ ଗ୍ରହଣ କରିଥିବା ବେଳେ ତା’ ସ୍ତ୍ରୀ ଚନ୍ଦ୍ରମା ପୁଲା ଚାରି ବର୍ଷ ତଳେ ଅର୍ଥାଭାବରୁ ଉତ୍ତମ ଚିକିତ୍ସା ସେବା ନପାଇ ଅକାଳରେ ଦେହାନ୍ତ ହୋଇଥିଲା । ପୁଣି ତିନି ବର୍ଷ ପରେ ରାମ ପୁଲାର ମାନସିକ ବିକୃତି ଘଟିବାରୁ ସେ କୁଆଡେ ଚାଲି ଯାଇଛି ଯେ,ଆଜି ପର୍ଯ୍ଯନ୍ତ ଘରକୁ ଫେରିନି । ସେମାନେ ଅନାଥ ହୋଇ ତାଙ୍କ ବଡ ବାପାଙ୍କ ଅଶ୍ରୟରେ ବଞ୍ଚି ଆସୁଥିଲେ । ବଡ ବାପାଙ୍କର ଚାରି ପିଲା ହେତୁ ଗରିବ ମଣିଷ ସମସ୍ତ ଭାର ବୋହି ସଂସାର ଚଳାଇବା କଷ୍ଟ ସାଧ୍ଯ । ତେଣୁ ଝିଆରୀ ପୁତୁରାମାନଙ୍କୁ ହଷ୍ଟେଲ ସ୍କୁଲରେ ପାଠ ପଢିବା ପାଇଁ ଭର୍ତ୍ତି କରି ଦେଇଥିଲା ।ପଦ୍ମଗିରି ହଷ୍ଟେଲ ସ୍କୁଲରେ ଭୀମା ୧୦ମ ଶ୍ରେଣୀରେ ପଢୁଥିବା ବେଳେ ଚାଉଳିଗୁଡା ହଷ୍ଟେଲ ସ୍କୁଲରେ ମିନତୀ ୭ମ ଶ୍ରେଣୀରେ ପଢୁଛି !ଥାପାଗୁଡା ହଷ୍ଟେଲ ସ୍କୁଲରେ ସବିତା ଷଷ୍ଠ ଶ୍ରେଣୀରେ ପଢୁଥାବା ବେଳେ ସବା ସାନ ପୁଅଟି ପୁଲାପଲ୍ଲୀ ଗୀଁ ସ୍କୁଲରେ ୪ର୍ଥରେ ପଢୁଛି । ତେବେ କରୋନା ହେତୁ ସବୁ ସ୍କୁଲ ଏବଂ ହଷ୍ଟେଲଗୁଡିକ ବନ୍ଦ ଥିବାରୁ ସେମାନେ ନିଜ ଗାଁ ପାଲକାଗୁଡାରେ ରହୁଛନ୍ତି । ଏବେ ସେମାନଙ୍କ ପେଟକୁ ଦାନା ନାହିଁ । ବନ୍ଧୁ ବାନ୍ଧବ ଘରେ କିଛି ଦିନ ରହି ରେଚ ପୋଷିବା ପରେ ଏହି ଅନାଥ ପିଲାଙ୍କୁ କିଏ ବା କେତେ ଦିନ ପୋଷିବ ? ନିଜ ପରିବାରକୁ ପୋଷିବା ଏହି ମହଙ୍ଗା କାଳରେ ଅସମ୍ଭାଳ । ତେଣୁ ସେହି ହତଭାଗା ଅନାଥ ପିଲାମାନଙ୍କ ଭବିଷ୍ଯତ ଦିନକୁ ଦିନ ଅସମ୍ଭାଳ । ଜୀଇଁବା ପାଇଁ ସବୁ ପଥ ଅବରୋଧ । ସେମାନଙ୍କୁ ଥଇଥାନ କରିବା ଲାଗି +୨ ପଢିଥିବା ଭଣ୍ଡାରୀ ପାଙ୍ଗାମର ଜଣେ ଯୁବକ ଦଶରଥ ସିଓ ମାଲକାନଗିରି ସଦର ମହକୁମାକେ ରହୁଥିବା ସମାଜସେବୀ ରାମକୃଷ୍ଣ ଚୌଧୁରୀ ସହ ଅନାଥ ୪ ଜଣ ପିଲାଙ୍କୁ କିପରି ଜିଲ୍ଲା ପ୍ରଶାସନ ଦ୍ବାରା ଥଇଥାନ କରାଯିବ ଅବଗତ କରାଇ ସେମାନଙ୍କୁ ମାଲକାନଗିରି ଆଣିଥିଲେ । ଶ୍ରୀ ଚୌଧୁରୀ ଏହି ଅନାଥ ପିଲାମାନଙ୍କୁ ଥଇଥାନ ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ । ମାଥିଲି ବ୍ଲକ ବିଡିଓ,ମାଥିଲି ତହସିଲଦାରଙ୍କୁ ମଧ୍ଯ

ପିଲାମାନଙ୍କ ଥଇଥାନ ସଂପର୍କରେ ଲିଖିତ ଜଣାଇଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ଯ ଦରଖାସ୍ତ ଦେଇ ନିବେଦନ କଲେ । କିନ୍ତୁ କୌଣସି ଅଧିକାରୀ ଏମାନଙ୍କ ଥଇଥାନ ଲାଗି ଆନ୍ତରିକତା ନଥିବାରୁ ସେହି ଅନାଥ ପିଲାମାନେ ନିଜ ଗ୍ରାମକୁ ନୈରାଶ୍ଯରେ ଫେରିଥିବା ଜଣା ପଡିଛି । ଏହା ହିଁ ଜନ ମଙ୍ଗଳ ରାଷ୍ଟ୍ରରେ
ଗରିବ ଅନାଥ ହୋଇ ଜନ୍ମ ନେବା ବଡ ଅଭିଶପ୍ତ ଜୀବନ ଯନ୍ତ୍ରଣା । ଯେଉଁ ନେତାମାନେ ଜନତାଙ୍କ ସୁଖ ଦୁଃଖର ଭାଗ୍ଯବିଧାତା ବୋଲି ବାହୁସ୍ଫୋଟ ମାରନ୍ତି ଏବଂ କୁମ୍ଭୀର କାନ୍ଦଣା କରନ୍ତି ନିଶ୍ତୟ ଏକ ହାସ୍ଯାସ୍ପଦ ଘଟଣା ବୋଲି ବିବେଚନା ହେବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.