କୋଦଳା,୦୩/୦୬(ପିପିଟି); ବେଗୁନିଆପଡ଼ା ବ୍ଲକ ମର୍ଦ୍ଦକୋଟ ପଞ୍ଚାୟତର କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଦିନ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଜୋଷ୍ନା ମୟୀ ଦାସ ଛାତ୍ର ଛାତ୍ରୀଙ୍କ ଚାଉଳ ଦେଉଥିବା ସମୟରେ ଚାଉଳ କମ ଦେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଥିଲେ। କିନ୍ତୁ ମୁଁ କଣ କରିବି ପ୍ରତ୍ୟକ ଥର ଚାଉଳ ଆସୁଥିବା ଅଖାରେ କମ ରହୁଥିବାରୁ ମୁଁ ପିଲାଙ୍କୁ କମାଇ ଦେଉଛି ବୋଲି ଶିକ୍ଷୟତ୍ରୀ କହିଥିଲେ । ଅଭିଭାବକ କିନ୍ତୁ ତାଙ୍କ ଜିଦିରେ ଅଟଳ ରହିଲେ । ଠିକ ଓଜନ କରି ଚାଉଳ ନ ଦେଲେ ଆମେ ଚାଉଳ ନେବୁ ନାହିଁ ବୋଲି ଅଭିଭାବକ କହି ଧାରଣାରେ ବସିରହି ଉପରିସ୍ଥ କର୍ମଚାରୀଙ୍କୁ ଜଣାଇ ଥିଲେ । ଖବର ପାଇବାକ୍ଷଣି ସିଆରସିସି ରବି ନାରାୟଣ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ସେ କେତୋଟି ଚାଉଳ ବସ୍ତା ମଧ୍ୟ ଓଜନ କରିଥିଲେ। ଓଜନ ପରେ ପ୍ରତି ବସ୍ତାରେ ୫ ରୁ ୬ କିଲୋ କମ ଥିବା ଜଣାପଡି ଥିଲା । ତଥାପି ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଚାଉଳ ଠିକ ଦିଆଯିବ ବୋଲି ନିଷ୍ପତ୍ତି ନେଇ ବର୍ତ୍ତମାନ ଠାରୁ ସମସ୍ତଙ୍କୁ ଠିକ ଭାବରେ ଓଜନ କରି ଚାଉଳ ଦେବା ସହ ଆସନ୍ତା ସାପ୍ତାହରେ ପରିଚାଳନା କମିଟି ବୈଠକ କରି ଅନ୍ୟାନ୍ୟ ବିଷୟ ଆଲୋଚନା କରିବାପାଇଁ ନିଷ୍ପତ୍ତି ପରେ ଅଭିଭାବକ ଧାରଣା ସ୍ଥଳରୁ ଉଠିଥିଲା ।ତଥାପି ପ୍ରଶ୍ନ ଉଠୁଛି ଚାଉଳ ବସ୍ତାରୁ ୫/୬ କିଲୋ ଚାଉଳ ଯାଉଛି କୁଆଡେ, ନେଉଛି କିଏ ? ଚାଉଳ ଦେଉଥିବା ସଂସ୍ଥା ନା ବିଦ୍ୟାଳୟ ର ଶିକ୍ଷକ । ଏଥି ପାଇଁ ଦେଇ କିଏ ? ଏଥିରେ ଯିଏ ସଂଶ୍ଲିଷ୍ଟ ଅଛି ତା ପ୍ରତି କଠୋର କର୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ଦାବି କରିଥିଲେ । ପ୍ରକାଶ ଥାଉକି ବିଦ୍ୟାଳୟକୁ ବିପୁଳ ଅନୁଦାନ ଆସୁଥିଲେ ବି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କାହିଁକି ହେଉନାହିଁ ବୋଲି ଅଭିଭାବକ ମାନେ ଅଭିଯୋଗ କରିଥିଲେ ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ। )