ଚାଇଲଡ ଲାଇନ ଦ୍ଵାରା ନବଜାତ ଶିଶୁପୁତ୍ର ଉଦ୍ଧାର ।

0 470

ବାଲିଗୁଡା,୦୧/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ନିକଟସ୍ଥ କେନ୍ଦୁପଦର ସେବାଶ୍ରମ ରାସ୍ତା କଡରୁ ରବିବାର ବିଳମ୍ବିତ ରାତିରେ ଏକ ନବଜାତ ଶିଶୁପୁତ୍ରକୁ ଚାଇଲଡଲାଇନ ଉଦ୍ଧାର କରିଛି । ଖବର ପାଇ ଚାଇଲଡ ଲାଇନ ସଦସ୍ୟ ଅନୁପ କୁମାର ସାହୁ, ଚିକୁନକୁମାର ପ୍ରଧାନ, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କାନ୍ଦୁଥିବା ଅବସ୍ଥାରେ ଶିଶୁପୁତ୍ରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତିକରି ଥିଲେ । ଶିଶୁଟି ଏବେ ଏସଏନସିୟୁ ରେ ଚିକିତ୍ସାଧୀନ ରହିଛି। ତାର ସ୍ଵାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ନବଜାତକ ଶିଶୁ ପୁତ୍ରକୁ କିଏ କାହିଁକି ସେଠାରେ ପକାଇ ଦେଇଥିଲା ଜଣାପଡିନି। ଶିଶୁର କାନ୍ଦ ଶୁଣି ସ୍ଥାନୀୟଲୋକେ ଚାଇଲଡ ଲାଇନକୁ ଜଣାଇଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.