ଚଲାଣଗୁଡା ଗ୍ରାମପଞ୍ଚାୟତରେ ଧାନ ମଣ୍ଡିର ଶୁଭାରମ୍ଭ ।

0 472

ମାଲକାନଗିରି,୧୭/୧୨(ପିପିଟି): ଚାଲାଣଗୁଡା ଗ୍ରାମ ପଞ୍ଚାୟତରେ ଖୋଲାଯାଇଥିବା ଧାନମଣ୍ଡିକୁ ଆଜି ଶୁଭ ଉଦଘାଟନ କରିଛନ୍ତି ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ପ୍ରବଞ୍ଜନ ମହାନ୍ତି ।ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଚାଲାଣଗୁଡା ଗ୍ରାମ ପଞ୍ଚାୟତର ରାଜଲକ୍ଷ୍ମୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମିଳିଛି ଅନୁମତି । ଏହି ଗୋଷ୍ଠୀର ସଭାନେତ୍ରୀ ପୁଷ୍ପାରାଣୀ ପଡିଆମ ହୋଇଥିବା ବେଳେ ସଂପାଦିକା ପାଣ୍ଡ୍ରି ମାଡକାମୀ ରହିଛନ୍ତି । ଚାଲାଣଗୁଡା ଗ୍ରାମପଞ୍ଚାୟତରୁ ଏକ ମାତ୍ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟ ଲାଗି ଅନୁମତି ମିଳିଥିବା ବେଳେ ଅନ୍ଯ କୌଣସି ନୂତନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚଳିତ ଖରିଫ ଋତୁରେ ଧାନ କ୍ରୟ ଲାଗି ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଗତ ବର୍ଷ ସାଧାରଣ କିସମ ଧାନର ମୂଲ୍ଯ କ୍ବିଣ୍ଟାଲ ପିଛା ୧୮୬୪/ଟଙ୍କା ଧାର୍ଯ୍ଯ କରାଯାଇବା ବେଳେ ଚଳିତ ଖରିଫ ବର୍ଷରେ କ୍ବିଣ୍ଟାଲ ପିଛା ସାଧାରଣ କିସମ ଧାନର ମୂଲ୍ଯ ୧୯୪୦/ଟଙ୍କା ସରକାରୀ ଭାବେ ମୂଲ୍ଯ ଧାର୍ଯ୍ଯ କରାଯାଇଛି । ଗ୍ରେଡ଼ ଏ” କିସମ ଧାନ ର ମୂଲ୍ୟ ୧୯୬୦/ଟଙ୍କା ଧାର୍ଯ୍ୟ କରାଯାଇଛି । ଚଲାଣଗୁଡା ଧାନ ମଣ୍ଡି ସପ୍ତାହରେ ସୋମବାର ଓ ଶୁକ୍ରବାର ଖୋଲା ରହିବ । ଅଗ୍ରୀମ ଟୋକେନ ମୋବାଇଲ ରେ ମେସେଜ ମାଧ୍ୟମରେ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଏହି ବର୍ଷ ଦିଆଯିବା ବ୍ୟବସ୍ଥା କରଯାଇଛି ଓ ସରକାରଙ୍କ ତରଫରୁ ଚାଷୀଙ୍କ ମୋବାଇଲକୁ ଟୋକେନ ପହଞ୍ଚିଲେ ଧାନ ମଣ୍ଡି କୁ ଆଣିବେ । ଥରକେ ୪୦କ୍ଵଇଣ୍ଟାଲ ଧାନ ଆଣିପାରିବେ ବୋଲି ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ପୁଷ୍ପାରାଣୀ ପଡିଆମୀ କହିଥିଲେ ଗତ ବର୍ଷ ଏହି ଚାଲାଣଗୁଡା ଧାନ ମଣ୍ଡିଟି ଉତ୍ତମ ରୂପେ ଚାଲିଥିଲା ବେଳେ ଏହି ବର୍ଷ ମଧ୍ୟ ଧାନ ମଣ୍ଡିରେ ଚାଷୀମାନେ ଯେମିତିକି କୌଣସି ପ୍ରକାର ଅସୁବିଧାର ସମ୍ମୁଖିନ ନ ହେବେ ସେଥିପ୍ରତି ଅଧିକ ଧ୍ଯାନ ଦିଆଯିବ । ଚାଲଣଗୁଡା ଓ ତଣ୍ଡିକି ପଞ୍ଚାୟାତରେ ବହୁତ ଚାଷୀ ରହିଛନ୍ତି । ଫଳରେ ଆମ ସ୍ବୟଂ ସହାୟକ ଗୋଷ୍ଠୀକୁ ଯେଉଁ ଟାର୍ଗେଟ ଦିଆଯାଛି ବହୁତ କମ । ଯଦି ସରକାରଙ୍କ ତରଫ ରୁ ୨ ହଜାର କ୍ଵିଣ୍ଟାଲ ବଦ୍ଧି କରିଦିଆ ଯାଇଥାନ୍ତା,ତାହା ହେଲେ ଚାଷୀମାନେ ଅଧିକ ଉପକୃତ ହୋଇଥାନ୍ତେ ବୋଲି ସେ କହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.