ଚନ୍ଦ୍ରପୁର ବ୍ଲକରେ ବୁଲିଲା କରୋନା ସଚେତନତା ରଥ।

0 276

ରାୟଗଡା,୧୫/୦୬(ପିପିଟି); ରାୟଗଡ଼ା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ସଚେତନରଥକୁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାସ୍ତରରେ ସ୍ୱାଗତ କରି ଶୁଭାରମ୍ଭ କରିଥିଲେ ଓ ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଚନ୍ଦ୍ରପୁର ବ୍ଲକରେ କରୋନା ସଚେତନକରିବା ନିମନ୍ତେ ସଚେତନରଥକୁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ ଶୁଭାରମ୍ଭ କରିଥିଲେ। ଚନ୍ଦ୍ରପୁର ବ୍ଲକର 8ଗୋଟି ପଞ୍ଚାୟତ ଡାଙ୍ଗସୋରଡ଼ା,ପିସ୍କାପାଙ୍ଗା, ଠୁରିଗୁଡା,ହନୁମନ୍ତପୁର,ବୁଡୁବାଲି, ସାରାକିମା,ବିଜାପୁର ଓ ସଦର ମହକୁମାର ବିଭିନ୍ନ ଗ୍ରାମକୁଯାଇ ଅଡିଓ ମାଧ୍ୟମରେ ପ୍ରଚାର କରି ସଚେତନତା କରିଥିଲେ। ଚନ୍ଦ୍ରପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ବିଶେଷଭାବେ ଦୃଷ୍ଟି ଦେଇ କରୋନା ସଚେତନ ରଥ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ କରିଛନ୍ତି।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.